ଜୁନ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବ ଜଣାପଡିଛି। ପୂର୍ବରୁ ମେ 27ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରାଯାଉଥିଲା। 2ରୁ 3ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ ବାୟୁ। ଏମିତି ହେଲେ ଜୁନ ଦ୍ବିତୀୟ ସପ୍ତାହ ଅର୍ଥାତ ରଜ ସମୟରେ ମୌସୁମୀ ଓଡିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି।

ଅନ୍ୟପଟେ ରାଜ୍ୟରେ ପୁଣିଥରେ ପାରଦ ଉପରମୁହାଁ ହୋଇଛି। ଦିନବେଳା କେତେକ ସ୍ଥାନରେ ତାପମାତ୍ରା 40ଡିଗ୍ରୀ ପାର କରୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କେତେକ ସ୍ଥାନରେ କାଳବୈଶାଖି ହେବାର ସମ୍ଭାବନା ରହିଛି। 8ଜିଲ୍ଲାକୁ କାଳବୈଶାଖି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Leave a comment