ମେ’ ଶେଷରେ ଆସିବ ମୌସୁମୀ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏଥର ଆଗୁଆ ଆସିବ ମୌସୁମୀ । ମେ ମାସ ଶେଷ ସପ୍ତାହରେ ଆସିପାରେ । ହେଲେ ଚଳିତ ମାସ ଶେଷ ଆଡକୁ ତାପମାତ୍ରା ହ୍ରାସ ହେବ । ଏନେଇ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଏଥର ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ରହିଛି । ମେ ମାସ ଶେଷ ଆଡକୁ ରାଜ୍ୟରେ ତାପମାତ୍ରା ହ୍ରାସ ହୋଇଯିବ । ଯାହା ଫଳରେ ମୌସୁମୀ ଆସିବା ସହଜ ହେବ। ଏହାକୁ ନେଇ ବିଭିନ୍ନ ମଡେଲରୁ ଅନୁମାନ କରାଯାଉଥିବା ସେ କହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ଏବେ ବାତ୍ୟା ହେବାର ଆଶଙ୍କା ରହିଛି । ଆଜି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ରଟି ଆସନ୍ତା ୮ ତାରିଖରେ ବାତ୍ୟାରେ ପରିଣତ ହେବ । ସେହିପରି ବାତ୍ୟା ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଇଛି । ବାତ୍ୟା ସମ୍ପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା । ୧୦ ତାରିଖରେ ଉପକୂଳ ନିକଟ ହେଲା ପରେ ଦିଗ ବଦଳାଇପାରେ । ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ଲ୍ୟାଣ୍ଡଫଲ କଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବା ସମ୍ଭାବନା ରହିଛି ।

Leave a comment