ଏଥର ଆଗରୁ ଆସିପାରେ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏବର୍ଷ ଆଗରୁ ଆସିପାରେ ମୌସୁମୀ ବାୟୁ। ଆସନ୍ତା ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ଏହି ସୂଚନା ଦେଇଛନ୍ତି।
ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ସାଧାରଣତଃ ମେ’୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ। କିନ୍ତୁ ଏଥର ୫ ଦିନ ଆଗରୁ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ସେହି ଅନୁସାରେ, ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟର ୫ ଦିନ ଆଗରୁ ମୌସୁମୀ ଛୁଇଁବା ନେଇ ଆକଳନ କରଯାଉଛି। ଜୁନ୍ ୧୦ ତାରିଖ ହେଉଛି ଓଡ଼ିଶାକୁ ମୌସୁମୀ ଛୁଇଁବାର ସ୍ୱାଭାବିକ ସମୟ।