ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଜବତ ଜିନିଷ ପଶ୍ଚିମବଙ୍ଗକୁ ଚାଲାଣ ନେଇ ସନ୍ଦେହ । ପଢନ୍ତୁ ଗାଡିରୁ କଣ ହେଲା ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୬୦ ନମ୍ବର ଜାତୀୟ ରାଜପଥରେ ବାଲେଶ୍ୱର ଜିଲ୍ଲା ଚାଲନ୍ତି ନିକଟରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭ୍ୟାନରୁ ଗୋମାଂସ ଜବତ କରାଯାଇଛି । ଜବତ ଗୋମାଂସ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ପରେ ପିକ୍ଅପ୍ ଭ୍ୟାନର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ଭଦ୍ରକ ଆଡୁ ଆସୁଥିବା ପିକ୍ଅପ୍ ଭ୍ୟାନ ଆଜି ସକାଳ ୫ଟା ସମୟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା । ଏହି ପିକ୍ଅପ୍ ଭ୍ୟାନରେ ଗୋମାଂସ ଯାଉଥିବା ନେଇ ବିଜରଙ୍ଗୀ ଦଳର ସଦସ୍ୟମାନେ ଖବର ପାଇଥିଲେ ଓ ଏହାର ପିଛା କରୁଥିବା ସମୟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସ୍ଥାନୀୟ ବାସିନ୍ଦା ଓ ବଜରଙ୍ଗୀ ଦଳର ସଦସ୍ୟମାନେ ଏହା ଭିତରେ ଗୋମାଂସ ଥିବା ଦେଖି ପୋଲିସକୁ ଖବର ଦେଇଥିଲେ।