ଭାରତୀୟ ବାୟୁସେନାରେ ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ବାୟୁସେନାରେ ସାମିଲ ହେବ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ସ୍ପେନର ଏହି ଏୟାରକ୍ରାଫଟକୁ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର ଚୌଧରୀ ଗ୍ରହଣ କରିଛନ୍ତି । ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ୫ରୁ ୧୦ଟନ୍ ଓଜନର ମାଲ ପରିବହନ କ୍ଷମତା ରହିଛି । ଏଥିସହ ଏକାଥରକେ ୭୦ ଜଣ ଯବାନ ଏଥିରେ ବସିପାରିବେ ।
୨୦୨୧ ମସିହାରେ ସ୍ପେନ୍ ଓ ଭାରତ ମଧ୍ୟରେ ଚୁକ୍ତି ଅନୁଯାୟୀ, ଏହି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଦେଶକୁ ଅଣାଯାଉଛି । ମୋଟ ୫୬ଟି ଏଭଳି ଏୟାରକ୍ରାଫ୍ଟ ପାଇଁ ଚୁକ୍ତି ହୋଇଥିଲା । ସେହି ଅନୁଯାୟୀ ୧୬ଟି ସ୍ପେନରେ ନିର୍ମାଣ ହୋଇଥିବା ବେଳେ ୪୦ଟି ଗୁଜରାଟ ଭଦୋଦରାରେ ନିର୍ମାଣ କରାଯାଉଛି । ଟାଟା ଏବଂ ଏୟାରବସ୍ ମିଳିତ ଭାବେ ଏହାକୁ ନିର୍ମାଣ କରୁଛନ୍ତି।