ହୋଲିକା ଦହନର ମହତ୍ତ୍ଵ, କେଉଁମାନେ ଏହାକୁ ଦେଖିବା ଅନୁଚିତ୍

0

ହୋଲି ହେଉଛି ହିନ୍ଦୁ ଧର୍ମରେ ଗୋଟିଏ ପ୍ରସିଦ୍ଧ ପର୍ବ, ଏହି ପର୍ବ ଟିରେ ଦୋଳ ପୂର୍ଣିମା ଦିନ ହୋଲିକା ଦହନ କରାଯାଇଥାଏ l ହୋଲିକା ଦହନ ବିଶେଷ ଭାବରେ ନିର୍ଦ୍ଧିଷ୍ଟ ରୀତିନୀତି ରେ ହୋଇଥାଏ l ଏହି ସମୟ ରେ ଜୀବନ ର ସମସ୍ତ ଦୁଃଖ ବିନାଶ ପାଇଁ ହୋଲିକା ଦେବୀ ଙ୍କୁ କିଛିଟା ପଦାର୍ଥ ଅଗ୍ନି ରେ ଅର୍ପଣ କରାଯାଇ ଥାଏ l ଏବଂ ନିଜ ଜୀବନ ର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇ ଥାଏ l କିନ୍ତୁ ବିଶେଷ କଥାଟି ହେଲା ଏହି ହୋଲିକା ଦହନ ସମସ୍ତେ ଦେଖିବା ଉଚିତ ନୁହେଁ l

କେଉଁ ମାନେ ହୋଲିକା ଦହନ ଦେଖିବା ଉଚିତ ନୁହେଁ –

– ନବ ବିବାହିତା ଦମ୍ପତି ବିବାହ ର ପ୍ରଥମ ବର୍ଷ ହୋଲିକା ଦହନ ଦେଖିବା ଉଚିତନୂହେଁ l ଏହା ଦାମ୍ପତ୍ୟ ଜୀବନ ରେ ଅସୁବିଧାର କାରଣ ହୋଇଥାଏ l ଜୀବନ ସଙ୍କଟ ରେ ପ୍ରଭାବିତ ହୋଇଥାଏ l ସୁଖ ସମୃଦ୍ଧି ରେ ବାଧା ଆସିଥାଏ l

 

– ହିନ୍ଦୁ ମାନ୍ୟତା ଅନୁସାରେ ଶାଶୁ ଓ ବୋହୁ ଏକ ସାଙ୍ଗରେ ହୋଲିକା ଦହନ କଦାପି ଦେଖିବା ଉଚିତ ନୁହେଁ l ମାନ୍ୟତା ରହିଛି ଯେ ଏହାଦ୍ୱାରା ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l ଏହାଦ୍ୱାରା ନିଜ ମଧ୍ୟରେ ସର୍ବଦା କଳହ ସୃଷ୍ଟି ହୋଇଥାଏ l

– ଗର୍ଭବତୀ ମହିଳାମାନେ କଦାପି ହୋଲିକା ଦହନ ଦେଖିବା ଉଚିତ ନୁହେଁ l ମାନ୍ୟତା ଅନୁସାରେ ହୋଲିକା ଦହନ ଗର୍ଭବତୀ ମହିଳା ଦେଖିବା ଦ୍ୱାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ l

– ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ଲୋକ ମାନଙ୍କର ଗୋଟିଏ ସନ୍ତାନ ରହିଥାଏ, ସେ ହୋଲିକା ଦହନ ଦେଖିବା ଉଚିତ ନୁହେଁ l ଏହା ଘର ପରିବାର ବୟସ୍କ ବ୍ୟକ୍ତିମାନେ କରିବା ଜରୁରୀ l

– ଶାସ୍ତ୍ର ଅନୁସାରେ ନବଜାତ ନବଜାତ ଶିଶୁ କଦାପି ହୋଲିକା ଦହନ କରିବା ଉଚିତ ନୁହେଁ l ଏହାଦ୍ୱାରା ନବଜାତ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ l

Leave a comment