ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଭଭୟଙ୍କୁ ତାଗିଦ କଲେ ହାଇକୋର୍ଟ

ବର୍ଷା-ଅନୁଭବ ପାରିବାରିକ ବିବାଦ

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି । ସୋସିଆଲ ମିଡିଆପେ ଅନୁଭବଙ୍କ ଭିଡିଓ ନେଇ ହାଇକୋର୍ଟ ଯାଇଥିଲେ ଅଭିନେତ୍ରୀ ବର୍ଷା ।

ପୂର୍ବରୁ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଚରିତ୍ର ସଂହରା କରୁଥିବା କହି ବର୍ଷା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ଏହାର ଶୁଣାଣି କରି ହାଇକୋର୍ଟ ଅନୁଭବଙ୍କୁ ଭିଡିଓ ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment