୬ମାସ ମଧ୍ୟରେ ବେଆଇନ ଖଣି କାରବାର ଶୁଣାଣି କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶାରେ ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କରୁଛନ୍ତି ଖଣି ଲିଜଧାରୀ । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ ବେଆଇନ ଖଣି ଖନନ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସବୁ ଖଣି ପାଇଁ ପରିବେଶ ମଞ୍ଜୁରୀ ନଥିବାବେଳେ କେନ୍ଦ୍ର ସରକାର ଅବା ସମ୍ପୃକ୍ତ ବିଭାଗ ଅନୁମତି ଦେଇ ନାହଁନ୍ତି ।

ତେଣୁ ଏସବୁ ଖଣି ଖନନ ସମ୍ପୁର୍ଣ୍ଣ ବେଆଇନ । ଏସବୁ ମାମଲା ଗୁଡିକର ୬ ମାସ ମଧ୍ୟରେ ଶୁଣାଣି କରି ଫଇସାଲା ଦେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ବାଲେଶ୍ୱର ଆଲୟେକ ଲିମିଟେଡ ପକ୍ଷରୁ ଦାୟର ହୋଇଥିବା ସ୍ୱତନ୍ତ୍ର ଲିଭ୍ ପିଟିସରର ଶୁଣାଣି କରି ସୁପ୍ରମିକୋର୍ଟର ଜଷ୍ଟିସ୍ ଏମଆର ଶାହା ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି ହାଇକୋର୍ଟରେ ବିଚାରଧୀନ ଥିବା କେତକ ମାମଲାରେ ସ୍ଥିତିବସ୍ଥା ନିର୍ଦ୍ଦେଶ ପୂର୍ବରୁ ପ୍ରଦାନ କରାଯାଇଥିବା ବେଳେ ଏହା ଦୀର୍ଘ ଦିନ ଧରି ବଳବତ୍ତର ରହିଛି । ଫଳରେ ସ୍ଥିତିବସ୍ଥା ନିର୍ଦ୍ଦେଶ ଆଳରେ ଫରେଷ୍ଟି ମଞ୍ଜୁରୀ ନଥାଇ ବି ଖଣି ଖନନ ଚାଲୁରହିଛି । ଜଙ୍ଗଲ ମଞ୍ଜୁରୀ ପାଇଁ ଦରଖାସ୍ତ ବିଚାରଧୀନ ଥିଲେ ଏହାକୁ ଖଣି ଖନନ ପାଇଁ ଅନୁମତି ଭାବେ ଗ୍ରହଣ କରିହେବ ନାହିଁ ।

Leave a comment