ଜୁଲାଇ ୧ରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଜୁଲାଇ ୧ ତାରିଖରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଆଜି ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ।
ଯେଉଁଥି ପାଇଁ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ ପଡିବ । ଯାହା ପରେ ପଞ୍ଜୀକରଣ କରିଥିବା ବ୍ୟକ୍ତି ନିଜ ଅଭିଯୋଗ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।
ଏହି ସମୟରେ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ନିଜ ପାଇଁ ପଞ୍ଜୀକରଣ କରିପାରିବେ । ଏହାପରେ ସେମାନେ ନିଜ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିପାରିବେ । ତେବେ ୧୦ ରୁ ୧୨ ହଜାର ଲୋକ ଏହି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶୁଣାଣି ପ୍ରକୋଷ୍ଠା ନେଇ ସ୍ଥିତି ଅନୁଧ୍ୟାନ କରିଥି ସାଧାରଣ ପ୍ରଶାସନ ବିଭାଗ ।