ରୋଷେଇ ପରେ ହାତରୁ ଦୁର୍ଗନ୍ଧ ଯାଉନଥିଲେ ଆପଣାନ୍ତୁ ଏହି ଟିପ୍ସ
ରୋଷେଇ ଘରେ ଖାଦ୍ୟରେ ସୁଆଦ ଆଣିବା ପାଇଁ ଲୋକେ ସାଧାରଣତଃ ଗୋଟା ମସଲା ସହ ପିଆଜ, ଅଦା ଓ ରସୁଣର ଛେଚା କିମ୍ବା ବଟା ବ୍ୟବହାର କରିଥାନ୍ତି । କିନ୍ତୁ ଏହାକୁ କାଟିବା ଦ୍ୱାରା ଏହାର ବାସ୍ନା ହାତରେ ରହିଯାଇଥାଏ । ଏହା ଅଧିକ ସମୟ ଧରି ରହିବା ଦ୍ୱାରା ବିରକ୍ତିଭାବ ଉତ୍ପର୍ଣ୍ଣ ହୋଇଥାଏ । କାରଣ ପିଆଜ ରସୁଣରେ ଥିବା ସଲଫର ଗୁଣ ଯୋଗୁଁ ହୋଇଥାଏ । କିନ୍ତୁ ଆପଣ କିଛି ଘରୋଇ ଉପଚାର କରି ଏଥିରୁ ମୁକ୍ତି ପାଇପାରିବେ ।
-ହାତରୁ ପିଆଜ ରସୁଣର ଦୁର୍ଗନ୍ଧ ଛଡାଇବା ପାଇଁ ଷ୍ଟିଲ ବାସନରେ ଥଣ୍ଡା ପାଣି ନେଇ, ସେଥିରେ ହାତକୁ ଘଷନ୍ତୁ । ଏହା କରିବା ଦ୍ୱାରା ଏଥରେ ଥିବା ସଲଫର ଗୁଣ ଧାତୁ ସହ ପ୍ରତିକ୍ରିୟା ହୋଇଥାଏ ଓ ବାସ୍ନା କମିଯାଏ ।
-ସେଓ ସିରକା ଏବଂ ଟୁଥପେଷ୍ଟ ମଧ୍ୟ ହାତରୁ ଦୁର୍ଗନ୍ଧ ହଟାଇବାରେ ସାହାଯ୍ୟ କରିଥାଏ ।
-ଲେମ୍ବୁରସକୁ ହାତରେ ଲଗାଇ ହାତକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହା କରିବା ଦ୍ୱରା ଦୁର୍ଗନ୍ଧ ଚାଲିଯାଇଥାଏ ।
-ଏହି ଗନ୍ଧ ହାତରୁ ହଟାଇବା ପାଇଁ ଆପଣ ହାତକୁ ହ୍ୟାଣ୍ଡୱାସ କରିବା ସହ ଏଥିରେ ଲୁଣ ମିଶାଇ ହାତରେ ସ୍କ୍ରବ କରନ୍ତୁ । ଏହା କରିବା ଦ୍ୱାରା ହାତରୁ ଦୁର୍ଗନ୍ଧ କମିଯାଇଥାଏ ।