ନବଗଠିତ BMC କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ

0

ଭୁବନେଶ୍ଵର : ନବଗଠିତ BMC କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ । ବୈଠକରେ BMCର ସମସ୍ତ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ସହ ଅଧ୍ୟକ୍ଷଙ୍କୁ ନିର୍ବାଚିତ କରାଯାଇଛି । ବିଏମ୍ସି ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୧୦ଟାରେ ଆରମ୍ଭ ହୋଇଥିଲା ବୈଠକ । ୯ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଚୟନ ହେବାକୁ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଥିଲା।

ବୈଠକରେ ମେୟର, ଡେପୁଟି ମେୟରଙ୍କ ସମେତ ସମସ୍ତ କର୍ପୋରେଟର ଓ ବିଏମ୍‌ସି କମିସନର ଉପସ୍ଥିତ ଥିଲେ । ଏହି କମିଟିକୁ ବାଦ୍ ଦେଇ ଆଉ ୮ଟି କମିଟି ଗଠନ କରାଯାଇଛି । ପ୍ରତି କମିଟିରେ ୭ ଜଣ ଲେଖାଁଏ ସଦସ୍ୟ ରହିବେ ବୋଲି ଜଣାପଡ଼ିଛି ।

Leave a comment