ଲେହରେ ଗଡିଲା ପ୍ରଥମ ହାଇଡ୍ରୋଜେନ୍ ବସ୍
ଲେହରେ ଗଡିଲା ପ୍ରଥମ ହାଇଡ୍ରୋଜେନ୍ ବସ୍। ନୂଆ ଟେକନିକରେ ସୁସଜ୍ଜିତ ଏହି ବସ ଲେହରେ ତାର ପ୍ରଥମ ଯାତ୍ରା ଆରମ୍ଭ କରିଛି । ଦେଶର ସର୍ବବୃହତ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ପକ୍ଷରୁ କୁହାଯାଇଛି, ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଭିତ୍ତିକ ବିଦ୍ୟୁତ ଚାଳିତ ଯାନ ସାଧାରଣ ଲୋକଙ୍କ ସେବାରେ ଲୋକାର୍ପିତ ହୋଇଛି । ୩ ମାସ ପ୍ରକ୍ରିୟା ଶେଷହେବା ପରେ ଆଜି ଲେହରେ ଏହି ହାଇଡ୍ରୋଜେନ ବସ ଯାତ୍ରୀ ପରିବହନ କରିବ
ଲେହରେ ଆହୁରି ୫ଟି ବିଦ୍ୟୁତ ଚାଳିତ ବସ ଗଡିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି । ଏହି ହାଇଡ୍ରୋଜେନ ବସ ଇଣ୍ଟର ସିଟି ସେବା ଲୋକଙ୍କୁ ଯୋଗାଇ ଦେବ । ତେବେ ଏନଟିପିସି କମ୍ପାନୀ ଏହି ବସକୁ ଇନ୍ଧନ ଯୋଗାଇ ଦେବା ପାଇଁ ଲେହ ରୁଟରେ ସବୁଜ ହଇଡ୍ରାେଜେନ ଉତ୍ପାଦନ ଲାଗି ୧.୭ ମେଗୱାଟର ଇନ୍ଧନ ଭରୁଥିବା ଷ୍ଟେସନ ଏବଂ ସୋଲାର ପ୍ଲାଣ୍ଟ ବସାଇଛି ।
ଏହି ପ୍ରାେଜେକ୍ଟ ପାଇଁ ଅଶୋକ ଲେ ଲ୍ୟାଣ୍ଡ ୨.୫ କୋଟି ରେଟରେ ବସ ଯୋଗାଇ ଦବ । ଏବେ ବସ ଚଳାଇବାର ଦାୟିତ୍ୱ ନେଇଥିବା କମ୍ପାନୀ ବସରୁ ଆଦାୟ ହେବା ଭଡା ରଖିବ । ଗୁରୁବାର ଦିନ ପ୍ରଥମେ ଏହି ବସ ଏଠାରେ ପହଞ୍ଚି ଯାଇଥିଲା । ସ୍ୱତନ୍ତ୍ରତା ଦିବସ ଅବସରରେ ଏହା ଗଡିବାର କାର୍ଯ୍ୟକ୍ରମ ଥିଲା । ହେଲେ ଅତ୍ୟଧିକ ବର୍ଷା ଓ ଭୂସ୍ଖଳନ ଯୋଗୁ ବସ ଗଡି ପାରି ନ ଥିଲା ।