ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ହେବ – ଅଗ୍ନିଶମ ମହାନିର୍ଦେଶକ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ଅଗ୍ନିଶମ ମହାନିର୍ଦେଶକଙ୍କ ଚିଠି ଲେଖିଛନ୍ତି। ଅଗ୍ନିଶମ ଅଧିକାରୀଙ୍କୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ପାଇଁ ନିର୍ଦେଶ ଦେଇଛନ୍ତି। ଅଗ୍ନିଶମ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଅଗ୍ନି ନିରାପତ୍ତା ସଠିକ ରହିଛି କି ନାହିଁ ସେ ସମ୍ପର୍କରେ ଯାଞ୍ଚ ପାଇଁ ହୋଟେଲ, ଲଜିଂ, ସିନେମାହଲ ଅତିଥି ଭବନ, ସରକାରୀ କୋଠା, ମଲ୍ଟିପ୍ଲେକ୍ସ ଓ ଉଚ୍ଚ ଅଟ୍ଟାଳିକା ଉପରେ ନଜର ରଖାଯିବ।
ଅଗ୍ନିଶମ ମହାନିର୍ଦେଶକଙ୍କ ପକ୍ଷରୁ ବଡ଼ ବଡ଼ ଅଟ୍ଟାଳିକାରେ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତି ପାଇଁ ନିର୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସବୁ ସରକାରୀ କୋଠା, ହସ୍ପିଟାଲ, ଉଚ୍ଚ ବିଲ୍ଡିଂର ଅଡିଟ କରାଯିବ ଏବଂ ମେ’ ୨୧ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ତୃଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ ବୋଲି ଚିଠିରେ ଉଲ୍ଲେଖ ହୋଇଛି।