ହୀରାକୁଦ ନଦୀବନ୍ଧର ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍; ସୁରକ୍ଷା ନେଇ ପ୍ରଶ୍ନବାଚୀ ?

0

ହୀରାକୁଦ ନଦୀବନ୍ଧ ସୁରକ୍ଷା ନେଇ ପ୍ରଶ୍ନ ? ଅପରେସନ ଗ୍ୟାଲେରୀ ଭିତରେ ପଶିଲେ ଅଜଣା ବ୍ୟକ୍ତି ? ଅପରେସନ ଲିଫ୍ଟ ଭିତର ଫଟୋ ଏବଂ ଭିଡ଼ିଓ ଭାଇରାଲ । ନିଷିଦ୍ଧାଞ୍ଚଳରେ ଉଡିଲା ଡ୍ରୋନ୍, ଲିଫ୍ଟ ଭିତରୁ ଉଠିଲା ଫଟୋ ? ଅପରେସନ ଗ୍ୟାଲେରୀକୁ ଅନଅଧିକୃତ ବ୍ୟକ୍ତି ଗଲେ କେମିତି ? ଅପରେସନ ଗ୍ୟାଲେରୀ ନିଷିଦ୍ଧାଞ୍ଚଳରେ ଏମାନେ କିଏ ?

ହୀରାକୁଦ ଡ୍ୟାମ ଗେଟ୍ ଖୋଲିବା ବେଳେ ଭିତରକୁ ଗଲେ କେମିତି ? କିଏ ଦେଲା ଅନୁମତି ? କାହା ଇଙ୍ଗିତରେ ଲିଫ୍ଟରେ ଚଢ଼ିଲେ ?

ଏମିତିକି ନିଷିଦ୍ଧାଂଚଳରେ କେବଳ ଡ୍ରୋନ ଉଡି ନାହିଁ । ବାହାର ବ୍ୟକ୍ତି ବିଶେଷ ଅପରେସନ ଗ୍ୟାଲେରୀ ଭିତରକୁ ପଶି କ୍ରେନ ଭିତରେ ଫଟୋ ପୋଜ୍ ଦେଇଥିବା ଭିଡିଓ ଭାଇରାଲ ହେଲାଣି । ଗେଟ୍ ଖୋଲିବା ସମୟରେ ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ମୋଡି ମକଚି ଦେଇ ଅଣଅଧିକୃତ ବ୍ୟକ୍ତି ବିଶେଷ ଅପରେସନ ଗ୍ୟାଲେରୀରେ ପଶି ଭିଡିଓ ଭାଇରାଲ କରିବା ସହ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଅପରେସନ ଗ୍ୟାଲେରୀ ନିଷିଦ୍ଧାଂଚଳରେ କିଏ ?

ହୀରାକୁଦ ଡ୍ୟାମର ଗେଟ ଖୋଲିବା ସମୟରେ କେମିତି ଗଲେ ? କେବଳ ଭିତରକୁ ଯାଇ ନାହାନ୍ତି ବରଂ କ୍ରେନ ଉପରେ ଚଢି ଭିଡିଓ ଫଟୋ ପୋଜ ଦେଇଛନ୍ତି । କର୍ମଚାରୀଙ୍କ ସହିତ ମହିଳା ମାନେ ଅପରେସନ ଗ୍ୟାଲେରୀ ଭିତରକୁ ଯାଇ କ୍ରେନରେ ଚଢିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲାଣି।

ସମ୍ବଲପୁର ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଭିଡିଓ କରାଯାଇଥିବାବେଳେ କ୍ରେନରେ ଚଢିଛନ୍ତି ମହିଳା । ତେବେ କିଏ ଦେଲା ଅନୁମତି ? କାହା ଇଙ୍ଗିତରେ କ୍ରେନ ଚଢିଲେ ମହିଳା । ସିକ୍ୟୁରିଟି ବ୍ୟବସ୍ଥାରେ ଧଜ୍ଜିଆ ଉଡାଇ ମହିଳା କେମିତି ଭିତରକୁ ଯାଇ କ୍ରେନ ଚଢିଲେ ?

ସେପଟେ ଡ୍ରୋନ୍ ଉଡାଇଥିବା ବ୍ୟକ୍ତି ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପ୍ରଥମେ ତଦନ୍ତ କରାଯିବ ସହ ଏହାର ସତ୍ୟାସତ୍ୟ ଯାଂଚ କରାଯିବ । ସୁରକ୍ଷା ଦାୟିତ୍ୱରେ ଥିବା OISFର କମାଣ୍ଡେଣ୍ଟକୁ ଏନେଇ ଚିଠି ଲେଖାଯିବ ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ଅତିରିକ୍ତ ହେମନ୍ତ ପାଣ୍ଡବ ସୂଚନା ଦେଇଛନ୍ତି ।

Leave a comment