କାର୍ ବୋନଟରେ ଝୁଲାଇ ୩ କିଲୋମିଟର ଟାଣିନେଲେ ଗାଡି ଚାଳକ, ଦେଖନ୍ତୁ ଭିଡିଓ

ଦିଲ୍ଲୀର ଆଶ୍ରମ ଚୌକ୍ ନିଜାମୁଦ୍ଦିନ୍ ଦରଗାହରେ ରାତିରେ ଅଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ଘଟଣା ପାଖାପାଖି ରାତି ୧୧ଟାର । ଜଣେ ବ୍ୟକ୍ତି କାର୍ ବୋନଟ୍ରେ ଝୁଲି ରହିଥିଲେ । ଏଭଳି ସ୍ଥିତିରେ କାର ଚାଳକ ତାଙ୍କୁ ୩କିଲୋମିଟର ବାଟ ଟାଣିନେଇଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ପୁଲିସକୁ ଖରବ ଦେବାରୁ ପୁଲିସ ଆସି ରୋକିଥିଲା । ଫଳରେ ରକ୍ଷା ପାଇଥିଲେ ବ୍ୟକ୍ତି ଜଣକ ।
#WATCH | Delhi: At around 11 pm last night, a car coming from Ashram Chowk to Nizamuddin Dargah drove for around 2-3 kilometres with a person hanging on the bonnet. pic.twitter.com/54dOCqxWTh
— ANI (@ANI) May 1, 2023
ଏହି ଘଟଣା ପୀଡିତ ବ୍ୟକ୍ତ ଚେତନଙ୍କର କହିବା କଥା ଯେ, ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି । ସେହିଦିନ ରାତିରେ କାମ ଘରକୁ ଫେରୁଥିଲେ । ହେଲେ ଏହି ସମୟରେ ଏକ ଅଜଣା କାର ତାଙ୍କ ଗାଡିକୁ ୩ଥର ହିଟ୍ କଲା । ଅଯଥା କାହିଁକି ହଇରାଣ କରୁଛନ୍ତି ବୋଲି ପଚାରିବାକୁ ଗାଡିରୁ ବାହାରି ଆସି ସେ ବ୍ୟକ୍ତିଙ୍କ କାର ଆଗରେ ହେବା ବେଳକୁ ଅଭିଯୁକ୍ତ ବ୍ୟକ୍ତି ଜଣକ କାର୍ ଷ୍ଟାର୍ଟ କରିଦେଇଥିଲେ । ଫଳରେ ପ୍ରାଣ ବିକଳରେ ବୋନଟ୍ ଉପରେ ଲଟକି ପଡିଥିଲେ ଚେତନ । ହେଲେ କିଛି ନବୁଝି ତାଙ୍କୁ ଝୁଲନ୍ତା ଅବସ୍ଥାରେ ୩ କିଲୋମିଟର ବାଟ ଟାଣିନେଇଥିଲେ ଅଭିଯୁକ୍ତ । ଏହା ପିସିଆର ନଜରରେ ପଡିବା ପରେ ସେମାନେ କାରର ପିଛା କରିଥିଲେ ଏବଂ କାରକୁ ରୋକି ଚେତନକୁ ଉଦ୍ଧାର କରିଥିଲେ ।
ଅନ୍ୟପଟେ ସବୁ ଅଭିଯୋଗକୁ ଖଣ୍ଡନ କରିଛି ଅଭିଯୁକ୍ତ କାର୍ ଚାଳକ । ଚେତନ ଜାଣିଶୁଣି କାର ବୋନଟ୍ ଉପରେ ଲଟକି ପଡିଥିଲେ ଯେତେ କହିଲେ ବି ଉଠିନଥିଲେ ବୋଲି କହିଛନ୍ତି ଅଭିଯୁକ୍ତ କାର ଚାଳକ ।