ଶ୍ରୀମନ୍ଦିର ନିର୍ମାଣ ଶୈଳୀ ନକ୍ସା ସୋସିଆଲ୍ ମିଡିଆରେ ଭାଇରାଲ୍

0

ପୁରୀ : ରାଜ୍ୟ ସରକାରଙ୍କ ଉଦ୍ୟମରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଘନେଇଥିବାବେଳେ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ତଥା ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କେହି ବ୍ୟକ୍ତି ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ଚିତ୍ରଙ୍କୁ ସୋସିଆଲ୍ ମିଡିଆରେ ଉପଲୋଡ୍ କରିବା ପରେ ପୁରୀ ଜିଲ୍ଲାର ଅନେକ ସୋସିଆଲ୍ ମିଡିଆ ସାଇଟ୍ରେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି ।
ସମ୍ବଲପୁରର ଯେଉଁ ବ୍ୟକ୍ତି ଏହି ଚିତ୍ର କରିଛନ୍ତି, ସେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି କି ବିଶ୍ୱର ଅଗଣିତ ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିର ଏକ ଚାପ ବଳୟ ଉପରେ ଠିଆ ହୋଇଛି। ଏହି ଚିତ୍ର କିଏ କରିଛନ୍ତି, ତାହା ସ୍ପଷ୍ଟ ହୋଇନଥିଲେ ବି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଏଥିସହ ଭକ୍ତ ତଥା ସେବାୟତ ମହଲରେ ମଧ୍ୟ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି । ବିଭିନ୍ନ ସୋସିଆଲ୍ ମିଡିଆରେ ବି ଏହା ଭାଇରାଲ୍ ହେବାରେ ଲାଗିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖନନ ଓ ନିର୍ମାଣ କାର୍ଯ୍ୟ ଏହି ଚାପ ବଳୟକୁ ପ୍ରଭାବିତ କରୁଛି । ଚାପ ବଳୟ ପ୍ରଭାବିତ ହେବା ଦ୍ୱାରା ମାଟିର ଓଜନ ଧାରଣ କ୍ଷମତାରେ ବି ହ୍ରାସ ପାଉଛି । ଯାହା ଶ୍ରୀମନ୍ଦିରରେ ଫାଟ ସୃଷ୍ଟିହେବାର ମୁଖ୍ୟ କାରଣ ହୋଇପାରେ ବୋଲି ଏହି ଚିତ୍ରରେ ଦର୍ଶାଯାଇଛି । ଚିତ୍ରରେ ଚାପ ବଳୟର ଏକ ଗୋଲାକାର ଆକୃତି ଉପରେ ଶ୍ରୀମନ୍ଦିର, ମେଘନାଦ ପାଚେରି କିଭଳି ରହିଛି, ତାକୁ ଏହି ଚିତ୍ର ଜରିଆରେ ଦର୍ଶାଯାଇଛି ।

Leave a comment