ଖରା ସ୍ଥିତି ଦେଖି ନିଆଯିବ ସ୍କୁଲ ଖୋଲିବା ନିଷ୍ପତ୍ତି – ମନ୍ତ୍ରୀ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖରା ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି । ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତକିୟା ରଖିଛନ୍ତି । ଏପ୍ରିଲ ୩୦ ତାରିଖ ଯାଏ ସ୍କୁଲ ଛୁଟି ରହିଛି । ୩୦ ତାରିଖ ପରେ ଓ ହିଟ୍‌ୱେଭ୍ ସ୍ଥିତି ଦେଖି ନଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ୩୦ ତାରିଖ ପରେ ଖରାକୁ ଦେଖି ସ୍କୁଲ ଖୋଲିବ ନା ନାହିଁ ତାହା ସେତେବେଳର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିପେ ରଖି ରାଜ୍ୟ ସରକାର ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି ।

ସେହିପରି ଆହୁରି କଲବଲ କରିବ ଅସହ୍ୟ ତାତି । ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୪ ଦିନ ଅନୁଭୂତ ହେବ ଅସମ୍ଭାଳ ଗରମ । ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୪ ଦିନ ଅସହ୍ୟ ତାତି ଅନୁଭୂତି ହେବ । ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a comment