ପୁଣିଥରେ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାକରଣ

0

ରାଜ୍ୟରେ ପୁଣି ୧୯ରୁ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଏହି ଟିକାକରଣରେ ଦ୍ବିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ଦିଆଯିବ। କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ରହିବ। ହସ୍ପିଟାଲ ଗୁଡ଼ିକରେ ଚାଲିବ ଏହି ପୁନଃ ଟିକାକରଣ କାର୍ଯ୍ୟକ୍ରମ। ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି। ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ଲୋକଙ୍କୁ ବିମାନ ବନ୍ଦରରେ କଡ଼ା କୋଭିଡ୍ ପରୀକ୍ଷଣ କରାଯାଉଛି ।

Leave a comment