କୋର୍ସରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା -ସମୀର ଦାଶ

0

ଭୁବନେଶ୍ୱର : ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି ।

୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । କେଉଁ କ୍ଲାସରେ ଏହି କୋର୍ସ ରହିବ ସେନେଇ ବିଚାର ବିମର୍ଷ କରାଯାଉଛି । ନବମ ଦଶମରେ କ’ଣ ରହିବ, ତଳ କ୍ଲାସରେ କେଉଁ କୋର୍ସ ରହିବ, ସେ ଦିଗରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି ବିପର୍ଯ୍ୟୟ ପରିଚାଳନାକୁ ପାଠ୍ୟକ୍ରମରେ ସାମିଲ କରିବାକୁ । ତେଣୁ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । 

Leave a comment