ଘଣ୍ଟା ଘରେ ଆଣିଦିଏ ସକାରାତ୍ମକ ପରିସ୍ଥିତି

0

ପ୍ରକୃତରେ ସମୟ ବଡ ବଳବାନ । ବିତି ଯାଇଥଇବା ସମୟ କେବେ ଫେରି ଆସେନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ସେଥିରୁ ଗୋଟିଏ ମୂଲ୍ୟବାନ ଜିନିଷ ହେଲା ଘଣ୍ଟା । ବାସ୍ତୁଶାସ୍ତ୍ର ଅନୁସାରେ ଘଣ୍ଟା ଆମ ଜୀବନରେ ସିଧା ପ୍ରଭାବ ପକାଇଥାଏ । ଏହା ଆମ ଜୀବନକୁ ଭଲ ଓ ଖରାପ ସମୟ ନେଇ ଆସିଥାଏ । ଆପଣ ଚାହିଁଲେ ଖରାପ ସମୟକୁ ଭଲରେ ପରିବର୍ତ୍ତନ କରିପାରିବେ । ଏଥିପାଇଁ ଘଣ୍ଟା ସହିତ ଜଡିତ କିଛି ବାସ୍ତୁ କଥା ଜାଣିବା ଆବଶ୍ୟକ ।

-କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସୟୟ କହିବା ସହିତ ପରିବାରର ସମସ୍ତ ସଦସ୍ୟଙ୍କୁ ସକରାତ୍ମକ ଉର୍ଜା ଦେଇଥାଏ । ନିରନ୍ତର ଚାଲୁଥିବାକୁ ସନ୍ଦେଶ ଦେଇଥାଏ । ସେଥିପାଇଁ ବାସ୍ତୁଶାସ୍ତ୍ରରେ ବନ୍ଦ ଥିବା ଘଣ୍ଟାକୁ ଘରେ ରଖିବାକୁ ଅଶୁଭ ମନାଯାଏ । କରାଣ ବନ୍ଦ ଘଡି ସର୍ବଦା ନକରାତ୍ମକ ଉର୍ଜା ବଢାଇଥାଏ ।

– ଘଣ୍ଟାକୁ ସର୍ବଦା ଘରେ ଉତ୍ତର ପୂର୍ବ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଉଚିତ୍ । ଏହାକୁ କେବେବି ଦକ୍ଷିଣ ଦିଗରେ ଲଗାଇବା ଉଚିତ୍ ନୁହେଁ । କରଣ ଦକ୍ଷିଣ ଦିଗକୁ ଯମ ରାଜାଙ୍କ ଦିଗ ବୋଲି ମନାଯାଏ । ବାସ୍ତୁ ଅନୁସାରେ ଦକ୍ଷିଣ ଦିଗରେ ଲାଗିଥିବା ଘଣ୍ଟା ପରିବାରର ଆୟୁ ଓ ସ୍ୱାସ୍ଥ୍ୟ ପାଇଁ ଅଶୁଭ ମନାଯାଇଥାଏ ।

– ବାସ୍ତୁ ଅନୁସାରେ ଘଣ୍ଟାକୁ ଘରର ମୁଖ୍ୟଦ୍ୱାର ଉପରେ କିମ୍ବା ମୁଖ୍ୟଦ୍ୱାର କବାଟ ଉପରେ ଲଗାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ଅଶାନ୍ତି ବଢିଥାଏ ଓ କଥା କଥାରେ ଝଗଡା ହୋଇଥାଏ ।

– ଘଣ୍ଟାକୁ ସର୍ବଦା ସଫା ରଖିବା ଉଚିତ୍ । ଏଥିରେ ଧୂଳି ଯମିବାକୁ ଦିଅନ୍ତୁ ନାହିଁ । ଯଦି ଘଣ୍ଟା ସମୟର ପଛରେ ଚାଲୁଥିବ ଏହା ପ୍ରଗତି ଓ ସଫଳତାରେ ବାଧା ଆଣିଥାଏ । ଏହା ସହି ଘଣ୍ଟାକୁ କେବେ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ୍ ନୁହେଁ ।

-ଘରେ ସକରାତ୍ମକତା ବୃଦ୍ଧି କରିବା ପାଇଁ ପ୍ରତିଘଣ୍ଟାରେ ମଧୁର ସଙ୍ଗିତ ବାଜୁଥିବା ଘଣ୍ଟା ଲଗାଇବା ଉଚିତ୍ ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ହଲରେ ଗୋଲାକାର ଘଣ୍ଟା ଲଗାଇବା ଉଚିତ୍ । ଏହା ମନୁଷ୍ୟର ଖରାପ ସମୟ ଦୂର କରିବା ସହିତ ଜୀବନରେ ସଫଳତା ଆଣିଥାଏ ।

Leave a comment