ନୂଆପଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ

ନୂଆପଡ଼ା: ନୂଆପଡ଼ାରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଆରମ୍ଭ ହୋଇଛି। ଶୁକ୍ରବାର ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି।
ଡାକ୍ତର ଟିମରେ କାର୍ଡିଓଲୋଜି ବିଭାଗର ଡାକ୍ତର ଡାକ୍ତର ଦୀପକ ରଞ୍ଜନ ଦାସ, ଆନିସ୍ଥସିଆଲୋଜି ଡା. ଦେବାଶିଷ ସ୍ବାଇ, ନ୍ୟୁରୋଲୋଜି ବିଭାଗର ଡା, କାଳିପ୍ରସନ୍ନ ସ୍ବାଇଁ, ଗ୍ୟାଷ୍ଟ୍ରଏନଟ୍ରେଲୋଜି ବିଭାଗର ଡା. ପ୍ରଶାନ୍ତ କୁମାର ପରିଡ଼ା, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ କୁମାର ପରିଡ଼ା, ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନରେ ନୂଆପଡ଼ା ଗୌତମା ବିମାନଘାଟିରେ ଆଜି ପୂର୍ବାହ୍ନ ୮ଟା୫୦ ରେ ନୂଆପଡ଼ାରେ ପହଞ୍ଚିଛନ୍ତି।