୨୭ରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

0

୨୭ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗରୁ ବି ସେହି ବୈଠକରେ ସେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ । ଏଥର ବି ସେହି ଦାବି ରହିବ । ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ବ୍ୟାଙ୍କ ବ୍ୟବସ୍ଥାକରଣ ଡ଼ିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାର ଆବଶ୍ୟକତା ରହିଛି ।

ଟେଲିକମ୍ୟୁନିକେସନ ସୁବିଧା ଉଠାଇବୁ କାରଣ ସହରରେ ୫ଜି ସମୟରେ ଗାଁରେ ୨ଜି କାମ କରୁନି । ଏହି ସବୁ ଦାବି ଉଠାଇ ଆମେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଛନ୍ତି ।

Leave a comment