କିମ୍ସରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଅର୍ଥ ଅଭାବରୁ ସାଧାରଣ ଲୋକଟିଏ ଯେପରି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଏ , ସେଥିପାଇଁ ରାଜ୍ୟସରକାର ନୂଆ ନୂଆ ଯୋଜନା କରୁଛନ୍ତି । ତେବେ ଆଜି ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପାର କରିଛି ଓଡିଶା । ରାଜ୍ୟରେ ଜଣେ ସାଧାରଣ ଲୋକ କ୍ୟାନସର ଚିକିତ୍ସା ସଠିକ ରୂପରେ ପାଇବା ପାଇଁ ଭୁବନେଶ୍ବର କିମ୍ସ ପରିସରରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟର ଓ ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ ରୋଗୀଙ୍କୁ ମିଳି ପାରିବ ମାଗଣା ଚିକିତ୍ସା ସୁବିଧା ।

ଏଠାରେ ସାଧାରଣ ଓ ବିଏସକେଓ୍ବାଇ ରୋଗୀଙ୍କ ପାଇଁ ୧୬ଶହ ଶଯ୍ୟାର ବ୍ୟସ୍ଥା ରହିଛି । ପୂର୍ବରୁ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ପ୍ରତିଟି ଲୋକଙ୍କୁ ଉତ୍ତମ ସ୍ବସ୍ଥ୍ୟସେବା ଯୋଗାଇଦିଆଯାଇଛି । ହସ୍ପିଟାଲରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୋଟ ୭ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି ।

Leave a comment