ବିଧାନସଭାରେ ବିରୋଧିଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଆଜି ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ତେବେ ଦେଶର ସବୁଠୁ ଅଧିକ ପୁଞ୍ଜି ଆମ ରାଜ୍ୟକୁ କେମିତି ଆସିଲା ? ବିରୋଧି କେବଳ ହୀନ ରାଜନୈତିକ ସଂକୀର୍ଣ୍ଣତାର ଗଣ୍ଢିରେ ବଞ୍ଚୁଛନ୍ତି ।
ଆଇନ ଶୃଙ୍ଖଳା ଓଡ଼ିଶାରେ ବିଗିଡି ଯାଇଛି କହିବାର ଅର୍ଥ, ଶାନ୍ତି ପ୍ରିୟ ଓଡ଼ିଆଙ୍କୁ ଅପମାନ ଓ ଅସମ୍ମାନ । ଏହାକୁ ବିରୋଧି ଦଳ ଓ ବିରୋଧି ଦଳର ନେତା ଭୁଲି ୟାଆନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ ନବୀନ ।
ଜବାବୀ ହମଲାରେ ନବୀନ କହିଲେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ମୁଁ ବହୁ ଆଡେ ଯାଇଛି । ସବୁ ନିବେଶକଙ୍କ ଗୋଟିଏ ସ୍ୱର, ଓଡ଼ିଶା ହେଉଛି ଶାନ୍ତି ପ୍ରିୟ ରାଜ୍ୟ । ଯେଉଁଥି ପାଇଁ ସେମାନେ ନିବେଶ କରିବାକୁ ଆଗେଇ ଆସୁଛନ୍ତି । ମୋ ରାଜ୍ୟବାସୀ ଶାନ୍ତି ପ୍ରିୟ । ଯେଉଁଥିପାଇଁ ଓଡ଼ିଶା ଆଜି ବିକାଶର ରାସ୍ତାରେ । ମୋ ରାଜ୍ୟବାସୀଙ୍କୁ ନେଇ ମୁଁ ଗର୍ବିତ । ନବଦାସ ହତ୍ୟା ଘଟଣା ନେଇ ବିରୋଧିଙ୍କ ଅଭିଯୋଗରେ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ କହିଲେ, ଏ ମାମଲାରେ ତଦନ୍ତ ନିରପେକ୍ଷ ଭାବେ ଚାଲୁ ରହିଛି । ବିରୋଧି କେମିତି ଜାଣିଲେ ହତ୍ୟା ଅଭିଯୁକ୍ତ ଜଣେ ପାଗଳ ବୋଲି ? ସରକାରଙ୍କୁ ଦୋଷ ଦେଇ ବିରୋଧି ରାଜନୀତିର ରୁଟି ସେକୁଛନ୍ତି । ଏହି ସ୍ପର୍ଶକାତର ଘଟଣାରେ ସତ୍ୟ ପଦାକୁ ଆସିବ ଓ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିବା ଲକ୍ଷ୍ୟରେ ତଦନ୍ତ ଚାଲିଛି । ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ଏହାସ୍ୱତେ ବିରୋଧି ଯଦି ଅଭିଯୋଗ କରୁଛନ୍ତି ସରକାର କିଛି ଲୁଚାଉଛନ୍ତି ବୋଲି, ତେବେ ଏହା କେବଳ ସଂକୀର୍ଣ୍ଣ ରାଜନୀତି ।
ଗୃହରେ ବିବୃତି ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ କୋଟି କୋଟି ଟଙ୍କାର ନିବେଶ ଆସୁଛି । ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସିନଥାନ୍ତା । ହକି ବିଶ୍ୱକପରେ ଓଡିଶାର ସଫଳତା ସାରା ବିଶ୍ୱ ଦେଖିଲା । ଓଡିଶାବାସୀ ଶାନ୍ତିପ୍ରିୟ, ସେମାନଙ୍କ ପାଇଁ ମୁଁ ଗର୍ବିତ ।
ଏକ ରାଜ୍ୟକୁ ପୁଞ୍ଜି ବିନିଯୋଗ କରିବା ହେଉଛି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରତିଫଳନ । ଏକ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେଲେ କୌଣସି ବିନିଯୋଗ ଆସେ ନାହିଁ । ଦେଶରେ ସର୍ବାଧିକ ପୁଞ୍ଜି ବିନିଯୋଗ ହେଉଛି ଓଡିଶା।
ପରିବହନ ଏବଂ ପ୍ରମୁଖ ଲଜିଷ୍ଟିକ୍ ଗତିବିଧି ମଧ୍ୟ ଆଇନ-ଶୃଙ୍ଖଳା ପରିସ୍ଥିତିର ସୂଚକ । ଆମର ରେଳବାଇ ଦେଶରେ ସର୍ବାଧିକ ଲାଭ କରେ ଏବଂ ରାଜ୍ୟରେ ପରିବହନ ପରିସ୍ଥିତିରେ କୌଣସି ଅସୁବିଧା ନାହିଁ ।
ଏହା ହକି ବିଶ୍ୱକପ୍ ହେଉ, ରାଧା ଯାତ୍ରା, ନିର୍ବାଚନ ହେଉ କିମ୍ବା ପରୀକ୍ଷା ହେଉ, ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଏହି ଘଟଣାଗୁଡ଼ିକ ମଧ୍ୟରୁ ଆମର କୌଣସି ସ୍ଥାନାନ୍ତର ହୋଇନାହିଁ ।
ଏହା ସହିତ ସେ ମଧ୍ୟ କହିଛନ୍ତି ରାଜ୍ୟରେ ଶୀଘ୍ର ସୃଷ୍ଟି ହେବ ନୂଆ ପୋଲିସ ପଦବୀ । ପୋଲିସ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଶୀଘ୍ର ରାଜ୍ୟରେ ୬୫୦୦ ପୋଲିସ ପଦବୀ ସୃଷ୍ଟିର ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସମସ୍ତ ପଦବୀ ଭିନ୍ନ ଭିନ୍ନ ବିଭାଗ ପାଇଁ ସୃଷ୍ଟି କରାଯାଉଥିବା ସେ କହିଛନ୍ତି । ଲୋକଙ୍କ ପାଖରୁ ମଧ୍ୟ ଏନେଇ ଭିନ୍ନ ଭିନ୍ନ ସମୟରେ ଅନେକ ମତ ଗ୍ରହଣ କରାଯାଉଛି । ମୋ ସରକାର ଜରିଆରେ ଲୋକଙ୍କ ପାଖରେ ପୋଲିସ ପ୍ରଶାସନକୁ ପହଞ୍ଚାଯାଉଛି ।