ଖ୍ରୀଷ୍ଟମାସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ଯିଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ । ଏହି ଅବସରରେ ପୁରା ଦେଶବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ । ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଆଜି ପରସ୍ପରକୁ କେକ ଖୁଆଇ ଶୁଭେଚ୍ଛା ଜଣାଇବା ସହ ଶାନ୍ତି ଓ ଐକ୍ୟର ବାର୍ତ୍ତା ବାଣ୍ଟୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଭିଡିଓ ଜାରି କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖକୁ ‘ଖ୍ରୀଷ୍ଟମାସ ଡେ’ ବା ବଡଦିନ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ ଯୀଶୁ ମନୁଷ୍ୟ ଦେହ ଧାରଣ କରି ମଦର ମେରିଙ୍କ ଗର୍ଭରୁ ଜନ୍ମ ଜନ୍ମଗ୍ରହଣ କରିଥିଲେ । ଖ୍ରୀଷ୍ଟ ଧର୍ମର ଏହା ସବୁଠାରୁ ବଡ ପର୍ବ । ଏହି ଦିବସକୁ ସାରା ବିଶ୍ବର ଲୋକେ ମିଳିମିଶି ଅତି ଧୁମଧାମର ସହ ପାଳନ କରିଥାନ୍ତି । ଆଜି ବଡଦିନ ହୋଇଥିବାରୁ କେକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ଦିନ ସମସ୍ତ ଚର୍ଚ୍ଚ ଗୁଡିକୁ ସୁନ୍ଦର ଭାବରେ ସଜାଇବା ସହିତ ସ୍ବତନ୍ତ୍ର ପ୍ରାର୍ଥନା କରାଯାଇଥାଏ । ସମସ୍ତ ଚର୍ଚ୍ଚରେ ଏନ୍ତୁଡିଶାଳ ନିର୍ମାଣ କରାଯାଇ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରାଯାଇଥାଏ ।