ନବ ଦାସଙ୍କ ସ୍ମୃତି ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

0

ନବ ଦାସଙ୍କ ସ୍ମୃତି ସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରସୁଗୁଡ଼ା ସରବାହାଲ ଠାରେ ଚାଲିଥିବା ସ୍ମୃତି ସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ସହ ନବ ଦାସଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି। ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି।

ବାପାଙ୍କ ସ୍ମୃତି ସଭାରେ ଝିଅ ଦୀପାଳି ଭାବବିହ୍ଵଳ ହୋଇପଡ଼ିଛନ୍ତି। ବାପାଙ୍କ କଥା ମନେ ପକାଇ ଦୀପାଳି କହିଛନ୍ତି ଯେ, ବାପା କହିଥିଲେ ଯେଉଁଠି କାମ କରିଛି ସେଠାରେ ରାମ ଅଛନ୍ତି, ରାବଣ ବି ଅଛନ୍ତି। ଯେଉଁଠି କୃଷ୍ଣ ଅଛନ୍ତି ସେଠାରେ କଂସ ବି ଅଛନ୍ତି। ହେଲେ ସବୁବେଳେ ସତ୍ୟର ଜୟ ହେବ। ବାପାଙ୍କ ନାଁ ପୂର୍ବରୁ କେବେ ସ୍ଵର୍ଗତ ଲାଗିବ ବୋଲି ଭାବି ନଥିଲି। ବାପା ସବୁବେଳେ ବିକାଶ ଚାହୁଁଥିଲେ। ଝାରସୁଗୁଡ଼ାର ଉନ୍ନତି ଚାହୁଁଥିଲେ। ବାପା ଆମକୁ ମୁଣ୍ଡ ନୁଆଁଇ ନୁହେଁ ମୁଣ୍ଡ ଟେକି ଚାଲିବା ଶିଖାଇଛନ୍ତି।

ସେହିପରି ବାପାଙ୍କ ସ୍ମୃତି ସଭାରେ ପୁଅ ବିଶାଳ ଦାସ କହିଛନ୍ତି ଯେ, ବାପା ଝାରସୁଗୁଡ଼ାର ସର୍ବାଙ୍ଗୀନ ବିକାଶ ଚାହୁଁଥିଲେ। ଆମେ ଭାଇ ଭଉଣୀ ମିଶି ବାପାଙ୍କ ସ୍ଵପ୍ନ ପୂରଣ କରିବୁ। ବାପା କେତେ ଲୋକପ୍ରିୟ ଥିଲେ, ସେ ଗଲାପରେ ଜାଣୁଛୁ। ବାପା ଲୋକ ସଞ୍ଚିଥିଲେ, ଆଜି ସେହି ବିଶାଳ ପରିବାର ଆମ ସହ ଅଛନ୍ତି।

Leave a comment
<p>You cannot copy content of this page</p>