ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଭିଡିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ କଲେ ଅପିଲ
ଓଡିଶା ଫାଷ୍ଟ ବ୍ୟୁରୋ: ବଙ୍ଗୋପସାଗରର ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏନେଇ ଆଇଏମଡ଼ି ପକ୍ଷରୁ ସୂଚନା ମିଳିବା ପରେ ରାଜ୍ୟବାସୀଙ୍କୁ ସତର୍କ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଏକ ଭିଡିଓ ଜରିଆରେ କହିଛନ୍ତି ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ରାତିରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଆପଣମାନଙ୍କୁ ମୋର ବିନମ୍ର ଅନୁରୋଧ ଯେ ଆପଣମାନେ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦେଶ ପାଳନ କରନ୍ତୁ । ପ୍ରଶାସନକୁ ସହଯୋଗ କରନ୍ତୁ । ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ । ତେଣୁ ଆପଣମାନେ ନିଜେ ସୁରକ୍ଷିତ ରୁହନ୍ତୁ ଓ ନିଜ ପରିବାରର ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ।
ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ତେବେ ବାତ୍ୟାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।