ରଥଯାତ୍ରାକୁ ଶୃଙ୍ଖଳିତ କରିଯିବା ନେଇ ଆଜି ବସିବ ଛତିଶା ନିଯୋଗ ବୈଠକ

0

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଆଲୋଚନା କରାଯିବ।

ବିଶେଷକରି ରାଜେନ୍ଦ୍ରାଭିଷେକ, ଋକ୍ମଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦସୀ, ଦଇତାପତି ପ୍ରବେଶ, ସେନାପଟା ଲାଗି , ଦେବସ୍ନାନ ପୂର୍ଣ୍ଣିମା ଓ ନୀଳାଦ୍ରି ବିଜେ ନୀତି ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ। ବୈଠକରେ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ।

Leave a comment