ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଲା କେନ୍ଦୁଝରର ରଥ

ବିଶ୍ଵର ସବୁଠାରୁ ବଡ ରଥ

0

କେନ୍ଦୁଝର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍‌ ରେକର୍ଡସରେ ସ୍ଥାନ ପାଇଛି କେନ୍ଦୁଝରର ରଥ। କେନ୍ଦୁଝରର କାଠରେ ନିର୍ମିତ ରଥ ବିଶ୍ୱର ସବୁଠାରୁ ଉଚ୍ଚ ରଥର ମାନ୍ୟତା ଲାଭ କରିଛି। ଏକ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇଛନ୍ତି। କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି।

୭୨ଫୁଟ ଉଚ୍ଚତାର ଏହି କାଠରଥର ଓସାର ଓ ପ୍ରସ୍ତ ୪୫ ଫୁଟ । ଏଥିରେ ରହିଛି ୧୬ଟି ଚକା। ବିଶ୍ବର ସର୍ବବୃହତ ଜଗନ୍ନାଥ ରଥଭାବେ ଗ୍ଲୋବାଲ ରେକର୍ଡସ , ଏସିଆ ପାସିଫିକ ରେକର୍ଡ , ଇଣ୍ଡିଆ ନେସନାଲ ରେକର୍ଡ , ଇଣ୍ଡିଆ ବୁକ ଅଫ ରେକର୍ଡ ଏବଂ ୱାନଣ୍ଡର ବୁକ ଅଫ ରେକର୍ଡ ବହିରେ ଏହା ସ୍ଥାନ ପାଇଛି । କେନ୍ଦୁଝର ବଳଦେବଜିଉ ମନ୍ଦିରର ମୁଖ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେବି ଏହି ରଥର ନାମ ନନ୍ଦିଘୋଷ ଦିଆଯାଇଛି । ଏହି ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଉଥିବାବେଳେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁ ମାନେ ପ୍ରସ୍ତୁତ କରିଥାନ୍ତି ।

କେନ୍ଦୁଝରରେ ରଥଯାତ୍ରା ସମ୍ପୂର୍ଣ୍ଣ ଆଦିବାସୀ ପରମ୍ପରା ଅନୁଯାୟୀ କରାଯାଏ। ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡିକୁ ଆଦିବାସୀ ସଂପ୍ରଦାୟର ଭୂୟାଁ ମାନେ ପ୍ରସ୍ତୁତ କରିଥାନ୍ତି। ସିଆଡି ଲତାରେ ଏହି ଦଉଡି ପ୍ରସ୍ତୁତ ହୋଇଥାଏ। ଏହି ରଥଟି ଯାତ୍ରାପରେ ଖୋଲାଯାଏ ନାହିଁ ଏହା ସେହିପରି ବଡଦାଣ୍ଡରେ ଦଣ୍ଡାୟମାନ ହୋଇଥାଏ।

Leave a comment