ଏଣିକି ବିନା ଅନୁମତିରେ ଛୁଟି ନେଇପାରିବେନି ବିଶ୍ୱବିଦ୍ୟାଳୟର କୁଳପତି, ୧୦ ଦିନ ଆଗରୁ କରିବାକୁ ପଡିବ ଆବେଦନ
ଏଣିକି ମନ ଇଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି। କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ। ଏ ନେଇ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୁଳାଧିପତି ତଥା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯାଇଛି।
ଚିଠିରେ ଉଲ୍ଲେଖ ରହିଛି ଯେ, ଯଦି କୁଳପତି ଛୁଟି ନେବାକୁ ଚାହିଁବେ ତେବେ ୧୦ ଦିନ ଆଗରୁ କୁଳାଧିପତିଙ୍କୁ ଦରଖାସ୍ତ କରିବେ। ବ୍ୟକ୍ତିଗତ ଛୁଟିରେ ବିଶ୍ୱବିଦ୍ୟାଳୟ ଅର୍ଥକୁ ଖର୍ଚ୍ଚ କରି ପାରିବେ ନାହିଁ। କୁଳାଧିପତିଙ୍କ ବିନା ଅନୁମତିରେ ଗଲେ ଛୁଟିକୁ ଗ୍ରହଣ କରାଯିବ ନାହିଁ।। କିନ୍ତୁ ଜରୁରୀ କାଳୀନ ସ୍ଥିତିରେ ଯାଇପାରିବେ।
ଏହି ନିୟମ ପୂର୍ବରୁ ଲାଗୁ ହୋଇଥିଲା। ହେଲେ ନିୟମରେ ଅବମାନନା କରିବା ଯୋଗୁ କୁଳପତି ମାନଙ୍କୁ ପୁଣିଥରେ ଚିଠି କରାଯାଇଛି।