କେନ୍ଦ୍ର ସରକାର ଧାନର ଏମଏସପି ବଢ଼ାଇଲେ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଧାନର ଏମଏସପି ବଢ଼ାଇଲେ କେନ୍ଦ୍ର ସରକାର । ଖରିଫ ଋତୁ ପାଇଁ ୧୭ଟି ଫସଲରେ ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । କୃଷକଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ଖରିଫ୍ ଋତୁରେ ୧୭ ଟି ଫସଲ ଉପରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି କ୍ରମରେ ଦେଶରେ ସବୁଠାରୁ ଅଧିକ ଉତ୍ପାଦିତ ହେଉଥିବା ଧାନ ଉପରେ କେନ୍ଦ୍ର ସରକାର କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୃଦ୍ଧି କରିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ରୁ ୨୦୪୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି ମୁଗଡାଲି କୁଇଣ୍ଟାଲ ପ୍ରତି ୪୮୦ ଟଙ୍କା ବୃଦ୍ଧି ପାଇଛି । ସୂର୍ଯ୍ୟମୁଖୀ ଉପରେ କୁଇଣ୍ଟାଲ ପ୍ରତି ୩୫୮ ଟଙ୍କା, ରାଶି ଉପରେ କୁଇଣ୍ଟାଲ ପ୍ରତି ୫୨୩ ଟଙ୍କା ଓ ବାଦାମ କୁଇଣ୍ଟାଲ ପ୍ରତି ୩୦୦ ଟଙ୍କା କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି ।

Leave a comment