ଆଇଟି ନିୟମରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର, ସୋସିଆଲ ମିଡ଼ିଆ ନିୟମ ମାନିବାକୁ ବାଧ୍ୟ

0

ଭାରତ ସରକାର ଆଇଟି ନିୟମରେ ପରିବର୍ତ୍ତନ କରିଛନ୍ତି । ସଂଶୋଧିତ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତର ସାର୍ବଭୌମତ୍ୱର ନିୟମ ମାନିବାକୁ ବାଧ୍ୟହେବେ । ସୋସିଆଲ ମିଡିଆ ସହ ଜଡିତ ଅଭିଯୋଗର ସମାଧାନ ପାଇଁ ସରକାର ତିନିମାସ ମଧ୍ୟରେ ଏକ ଆପିଲେଟ ପ୍ୟାନେଲ ଗଠନ କରିବେ ।

ଏହି ପ୍ୟାନେଲ ମେଟା ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ କମ୍ପାନୀଗୁଡିକ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମୀକ୍ଷା କରିବାକୁ ସମର୍ଥ ହେବେ ।

ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୭୨ ଘଣ୍ଟା ମଧ୍ୟରେ ବିବାଦୀୟ ବିଷୟବସ୍ତୁ ହଟାଇବାକୁ ପଡିବ । ୟୁଜର୍ସ ମାନଙ୍କ ପାଇଁ ଅଭିଯୋଗ କରିବା ପାଇଁ ଏକ ଏକ ବ୍ୟବସ୍ଥା ଯୋଗାଇବା ହେଉଛି ଆପିଲେଟ ପ୍ୟାନେଲର ଉଦ୍ଦେଶ୍ୟ । ଯଦି ଜଣେ ୟୁଜର୍ସଙ୍କୁ ବ୍ଲକ୍ କରାଯାଇଛି କିମ୍ବା ତାଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁ ଅଟକାଇ ଦିଆଯାଇଛି, ତେବେ ସେ ୟୁଜର୍ ଅଭିଯୋଗ ଅପିଲେଟ୍ କମିଟିରେ ଆବେଦନ କରିପାରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ ସୂଚନା ପ୍ରଯୁକ୍ତିବିଦ୍ୟା ସଂଶୋଧନ ନିୟମ -୨୦୨୨ କାର‌୍ୟ୍ୟକାରୀ ହେବା ଦିନଠାରୁ ତିନିମାସ ମଧ୍ୟରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏକ କିମ୍ବା ଅଧିକ ଅଭିଯୋଗ ଅପିଲେଟ କମିଟି ଗଠନ କରିବେ ।

 

Leave a comment