ସରିଲା ରେଳବାଇର ସିବିଟି ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଅଣବୈଷୟିକ ଲୋକପ୍ରିୟ ବର୍ଗ ପରୀକ୍ଷା ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଅନୁଷ୍ଠିତ ହୋଇଯାଇଛି । ୨୫ଟି ରାଜ୍ୟର ୧୧୧ଟି ସହରରେ ୧୫୬ଟି କେନ୍ଦ୍ରରେ ସିବିଟି ପରୀକ୍ଷାର ଷଷ୍ଠ ସ୍ତର ଆୟୋଜନ କରାଯାଇଥିଲା । ୧୭ଟି ରାଜ୍ୟର ୫୬ ଟି ସହରରେ ୮୯ଟି କେନ୍ଦ୍ରରେ ସିବିଟି ପରୀକ୍ଷାର ଚତୁର୍ଥ ସ୍ତର ଆୟୋଜନ କରାଯାଇଥିଲା । ୧,୮୦,୮୮୨ ଅଧିସୂଚିତ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ ୧,୨୮,୭୦୮ ପ୍ରାର୍ଥୀ ଉପସ୍ଥିତ ହୋଇଥିଲେ । ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ଭୁବନେଶ୍ୱର ଅଧୀନରେ ୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।
ଆରଆରବି ଭୁବନେଶ୍ୱର ଅଧୀନରେ ୬,୮୧୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ ୫,୧୦୬ ଜଣ ପରୀକ୍ଷାର୍ଥୀ ହାଜର ହୋଇଥିଲେ । ଆରଆରବି ଭୁବନେଶ୍ୱର ଅଧୀନରେ ଥିବା ପରୀକ୍ଷା କେନ୍ଦ୍ରରେ ଉପସ୍ଥାନ ହାର ୭୪.୯୫% ଥିଲା । ପ୍ରାର୍ଥୀମାନଙ୍କ ପାଇଁ ପ୍ରଥମ ଥର ଆଧାର ଆଧାରିତ ପ୍ରାମାଣିକିକରଣ କରାଯାଇଥିଲା । ରେଳବାଇ ଭର୍ତ୍ତି ବୋର୍ଡ କାର୍ଯ୍ୟସୂଚୀ ହେତୁ କୌଣସି ସାଧାରଣିକରଣର ଆବଶ୍ୟକ ପଡ଼ିଲା ନାହିଁ। ଏଥିରେ ଷଷ୍ଠ ସ୍ତରର ୭୧୨୪ ପଦବୀ ଏବଂ ଚତୁର୍ଥ ସ୍ତରର ୧୬୧ ପଦବୀ ଅନ୍ତର୍ଭୁକ୍ତ । ଧାର୍ଯ୍ୟ ଥିବା ମୋଟ ୧,୮୦,୮୮୨ ପ୍ରାର୍ଥୀଙ୍କ ମଧ୍ୟରୁ ୧,୨୮,୭୦୮ ପ୍ରାର୍ଥୀ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପାଇଁ ହାଜର ହୋଇଥିଲେ । କେନ୍ଦ୍ରଗୁଡ଼ିକୁ ସୁବିଧାରେ ଯାତାୟାତ ଏବଂ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ଥିବା ସହରକୁ ଯାତ୍ରା ସୁଗମ ପାଇଁ ଭାରତୀୟ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା ।