ରାଜଧାନୀ ମହୋତ୍ସବ ଉଦ୍ଯାପିତ

0

ଭୁବନେଶ୍ୱର : ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ଉତ୍କଳ ମଣ୍ଡପରେ ଆୟୋଜିତ ରାଜଧାନୀ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ମହୋତ୍ସବରେ କଳାହାଣ୍ଡିର ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବଜାଶାଲ ପରିବେଷଣ କରାଯାଇଥିଲା । ପରେ ପରେ ବାରିପଦାର କଳାକାରମାନଙ୍କ ଦ୍ୱାରା ପରିବେଷିତ ଛଉନୃତ୍ୟ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ଦର୍ଶକ ସ୍ଥାନରୁ ଉଠିନଥିଲେ । ପରେ ଗୁରୁ ପ୍ରଶାନ୍ତ ପାଢ଼ୀ ଏବଂ ସାଥୀ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ।

ଅନ୍ତିମ ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ ପରିଚାଳନା କମିଟିର ସାଧାରଣ ସମ୍ପାଦକ ସନତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବାଥିବା ବେଳେ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment