ଆଜି ଶେଷ ହେବ ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରଚାର

0

ଝାରସୁଗୁଡା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ । ତେବେ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବାକୁ ଥିବା ବେଳେ ଘରକୁ ଘର ବୁଲି ପ୍ରଚାରକମାନେ ଜୋରଦାନ କ୍ୟାମ୍ପେନିଂ କରୁଛନ୍ତି । ଗଡ ହାତେଇବାକୁ ସବୁ ରାଜନୈତିକ ଦଳ ଦିନ ରାତି ଏକ କରି ପ୍ରଚାର ଜୋରଦାର କରୁଛନ୍ତି ।

ନେତା ଓ ମନ୍ତ୍ରୀ ଜନସାଧାରଣଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି । ଏହାସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତିର ଦେଉଛନ୍ତି । ତେବେ ବଜ୍ରରାଜନଗର ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି । ସେପଟେ ହାତରେ ମାତ୍ର ୧୨ ଘଣ୍ଟା ଥିବାରୁ ତିନି ପ୍ରମୁଖ ଦଳ ପକ୍ଷରୁ ଜୋରଦାର କରୁଛନ୍ତି ପ୍ରଚାର । ଲୋକଙ୍କ ହୃଦୟ ଜିତିବାକୁ ଲାଗି ପଡିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା, କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ସମେତ ମୋଟ ୧୧ ଜଣ ପ୍ରାର୍ଥୀ ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

Leave a comment