ବଜେଟ ଉପସ୍ଥାନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ; ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ
ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ରାଜ୍ୟ ବଜେଟ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଥିବା ଜଣାପଡିଛି।
୨ଲକ୍ଷ କୋଟି ଟଙ୍କାର ଏହି ବଜେଟରେ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିଭଳି ପ୍ରାରମ୍ଭିକ ବଜେଟ ଭାଷଣରେ ନିରଞ୍ଜନ ପୂଜାରୀ କହିଛନ୍ତି, ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ଜରିଆରେ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଆଧାରରେ ସବୁ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି ।
କେଉଁ ବିଭାଗକୁ କେତେ ବ୍ୟବବରାଦ:
-ବଡ଼ ଜଳ ସେଚନ ପ୍ରକଳ୍ପ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି ।
-ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି ।
-ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
-BSKY ଯୋଜନାକୁ ୨୬୬୪ କୋଟି ।
-୨ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ ।
-୨୨ ବର୍ଷରେ ୧୭ ଗୁଣ ବଡିଛି ବଜେଟ୍ । ୨୩୨୫ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ।
-କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ଋଣ ।
-କୁକୁଡା ଚାଷ ପାଇଁ ୧୦୨ କୋଟି ।
-କୃଷି ବଜେଟ ୨୧, ୧୬୬ କୋଟି ।
-ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି ।
-ଶିକ୍ଷା ବିଭାଗ ପାଇଁ ୩୫୮୧ କୋଟି ।
-ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୫୧ କୋଟି ।
-ମୋ କଲେଜ ଅଭିଯାନ ପାଇଁ ୧୧ କୋଟି ।
– ହାଇସ୍କୁଲ ରୂପାନ୍ତରଣ ପାଇଁ ୧୦୦ କୋଟି ।
– ଅଙ୍ଗନବାଡି କେନ୍ଦ୍ର ପାଇଁ ୨୩୯୭ କୋଟି ।
-ରାସ୍ତା ରକ୍ଷଣାବେକ୍ଷଣା ପାଇଁ ୨୯୭୦ କୋଟି ।
-ପୂର୍ତ୍ତ ବିଭାଗ ପାଇଁ ୮୩୮୩ କୋଟି ।
-ବିଜୁ ଏକ୍ସପ୍ରେସ ୱେକୁ ୩୦୦ କୋଟି ।
-ସଡକ ଭିତ୍ତିଭୂମି ବିକାଶ ପାଇଁ ୧୪,୪୫୪ କୋଟି ।
-ବିଜୁ ସେତୁ ଯୋଜନାକୁ ୧୬୮୮ କୋଟି।
-୨୮୧ ସେତୁ ନିର୍ମାଣ ଲକ୍ଷ୍ୟ ।
-ସହରାଞ୍ଚଳ ବାସଗୃହ ମିଶନକୁ ୪୦୦ କୋଟି ।
-ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୨୦ କୋଟି ।
-ଛାତ୍ର ବୃତ୍ତି ପାଇଁ ୬୪୨ କୋଟି ।
-୬୪ ଟି ନୂଆ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଲକ୍ଷ୍ୟ ।
-ବିଜୁ ପକ୍କା ଘର ପାଇଁ ୫୯୦୬ କୋଟି ।
-ମିଶନ ଶକ୍ତି ବିଭାଗକୁ ୨୦୦୦ କୋଟି ।
-ପଶୁ ଚିକିତ୍ସା ପାଇଁ ୧୯ଟି ଭ୍ରାମ୍ୟବାଣ ୟୁନିଟ ପ୍ରତିଷ୍ଠା ଲକ୍ଷ୍ୟ।