ଦୀପାବଳିରେ ମିଳୁଥିବା ବୋନସରେ ଏଥର ଲାଗିବ ଟ୍ୟାକ୍ସ

0

ଏକ୍ସପର୍ଟଙ୍କ ଅନୁସାରେ ଆର୍ଥିକ ବର୍ଷରେ କମ୍ପାନୀଙ୍କ ପକ୍ଷରୁ ମିଳୁଥିବା ୫ ହଜାର ଟଙ୍କା ଅଥବା ଏହାଠୁ କମ ଭାଉଚର ଉପରେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି। ଯଦି ଉପହାର ୫ ହଜାର ଟଙ୍କାରୁ ଅଧିକ ହୁଏ ତେବେ ଏହାକୁ ବାର୍ଷିକ ମୋଟ ଆମଦାନୀ ସହ ଯୋଡି ହିସାବ କରାଯିବ। ଏଥିରେ ମୋଟ ଆୟ ଉପରେ ଆୟକର ଆଦାୟ କରାଯିବ।

ଯଦି ଆପଣଙ୍କୁ ଦୀପାବଳି ବେଳେ ୫ ହଜାର ଟଙ୍କା ବୋନସ ଓ କ୍ରିସମାସରେ ୩ ହଜାର ଟଙ୍କାର ଉପହାର ମିଳେ ତେବେ ୩ହଜାରର ଉପହାର ଉପରେ ଶୁଳ୍କ ଦେବାକୁ ପଡିବ।

କିଛି କମ୍ପାନୀ ଗିଫ୍ଟ ବଦଳେ ଦୀପାବଳିରେ ବୋନସ ଦେଇଥାନ୍ତି। ବୋନସକୁ କର୍ମଚାରୀଙ୍କ ବେତନର ଏକ ଅଂଶ ମନେ କରାଯାଏ। ଏଣୁ ଏହା ଉପରେ tax ଦେବାକୁ ପଡିଥାଏ।

Leave a comment