ଘରୁ ମିଳିଲା ବାପାମା’ ଓ ୧୫ ମାସ ଝିଅର ଝୁଲନ୍ତା ମୃତଦେହ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ। ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା। ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ ଗୋଟିଏ ପରିବାରର ୩ ମୁଣ୍ଡ ଗଡ଼ିଥିବା ଜଣାଯାଇଛି।

ତୁଷାର ଭୁବନେଶ୍ୱରରେ ରହି ପ୍ରାୟ ୬ ମାସ ହେବ ଏକ ହୋଟେଲରେ କାମ କରୁଥିଲେ। ୨ ମାସ ହେବ ପରିବାରକୁ ଆଣି ଭଡ଼ା ଘରେ ରଖୁଥିଲେ । ମାତ୍ର ପାରିବାରିକ କଳହ ଲାଗି ରହୁଥିବାରୁ ହୋଟେଲ ମାଲିକ ତାଙ୍କୁ ଆଣି ଚିନ୍ତାମଣିଶ୍ୱରରେ ଏକ ଭଡ଼ା ଘରେ ପ୍ରାୟ ୨ ଦିନ ତଳେ ରଖିଥିଲେ। ଆଜି ସକାଳେ ତୁଷାରଙ୍କ ପରିବାର କବାଟ ନ ଖୋଲିବାରୁ ପଡ଼ୋଶୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଝିଅକୁ ହତ୍ୟା କରି ପରେ ବାପାମା’ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।

Leave a comment