ଆଜିଠୁ ବିଏମସି କମିଶନର ନିଜେ ଶୁଣିବେ ଅଭିଯୋଗ

0

ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜନ ଅଭିଯୋଗ ଶୁଣାଣି। ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ଶୁଣାଣି। ବିଏମସି କମିଶନର ନିଜେ ଏହି ଅଭିଯୋଗ ଶୁଣିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶୁଣାଣିରେ ଗୁରୁତ୍ବ ଦିଆଯିବ। ଏହି ଜନ ଅଭିଯୋଗ ଶୁଣାଣି ସମୟରେ ବିଏମସିର ସମସ୍ତ ଅଧିକାରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ।

ତେଣୁ ଯେଉଁ ବିଭାଗ ଉପରେ ଅଭିଯୋଗ ଆସିବ ସେହି ଅଧିକାରୀଙ୍କୁ ୪ଦିନ ସମୟ ଦିଆଯିବ ଏହାର ସମାଧାନ ପାଇଁ।

ପ୍ରତି ସୋମବରେ ଅଭିଯୋଗ ଶୁଣାଣି କରାଯିବା ରେ ଶନିବାର ଦିନ ଅଭିଯୋଗ ଉପରେ କଣ ପଦକ୍ଷେପ ନେଇଛନ୍ତି ଅଧିକାରୀ ତାର ସମୀକ୍ଷା କରିବେ କମିଶନର। ପୂର୍ବରୁ ମଧ୍ଯ ଅଭିଯୋଗ ହେଉଥିଲା । କିନ୍ତୁ ମାଧ୍ଯମ ଥିଲା ଅନଲାଇନ୍, ୧୯୨୯ ଓ ସୋସିଆଲ ମିଡିଆ। କିନ୍ତୁ ଏଥିରେ ବହୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଅସୁବିଧାର ସମ୍ମୁଖୀନ ହେଲେ। ଫଳରେ ଏଭଳି ପଦକ୍ଷେପ ନେଇଛନ୍ତି ବିଏମସି କମିଶନର। ତେବେ ଏହି ଜନଶୁଣାଣି ମାଧ୍ୟମରେ ବିଏମସି ଲୋକଙ୍କ ନିକଟତର ହୋଇପାରିବ ବୋଲି କୁହାଯାଉଛି।

Leave a comment