୧୬ ବର୍ଷ ତଳ ଚାକିରୀ କାଳରେ ଦୁର୍ନୀତିକୁ ନେଇ ପ୍ରଶ୍ନ କଲା ବିଜେପି
ବିଜେଡ଼ି ବିଧାୟକ ରନ୍ଧାରୀଙ୍କୁ ଟାର୍ଗେଟ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅର୍ଗସ୍ ବ୍ୟୁରୋ : ଚାକିରୀ କାଳରେ ଖସିଯାଇଥିଲେ। ବିଧାୟକ ହେବା ପରେ ଫଶିଗଲେ । ୧୬ ବର୍ଷ ତଳେ ହୋଇଥିବା ଏକ ଦୁର୍ନୀତି ମାମଲାକୁ ନେଇ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ଉପସଭାପତି ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି ଯେ ୨୦୦୬ରେ ନନ୍ଦାହାଣ୍ଡି ବ୍ଳକ ସିନିଅର କିରାଣୀ ତଥା ଷ୍ଟୋର ଇନଚାର୍ଜ ଥିବା ବେଳେ ୧ କୋଟି ୪ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିଲା। ଯାହା ପଞ୍ଚାୟତିରାଜ ବିଭାଗ ଦ୍ଵାରା ହୋଇଥିବା ସ୍ପେସାଲ ଅଡିଟରୁ ଜଣାପଡ଼ିଥିଲା।
ଏଥିର ୧୧ ଲକ୍ଷ ଟଙ୍କାର ଦୁର୍ନୀତି ମନୋହର କରିଥିବା ଦର୍ଶାଇ ଏହି ଟଙ୍କା ରିକୋଭରି ପାଇଁ ବି ଚିଠି ଲେଖା ହୋଇଥିଲା। ୧୦ ଫେବୃୟାରୀ ୨୦୦୯ ରେ ହୋଇଥିବା ଚିଠିରେ ଦର୍ଶାଗଲା ୬ଲକ୍ଷ ୨୯ ହଜାର ଟଙ୍କା ଡିପୋଜିଟ କରିଥିବା ବେଳେ ୪ ଲକ୍ଷ ୪ ହଜାର ଟଙ୍କା ଏବେବି ବାକି ରହିଛି। ବଡ କଥା ହେଉଛି ଏହି ବଳକା ଟଙ୍କାକୁ ବାଦ ଦିଆଯାଇପାରେ କହି ଏହାରେ ଗୋଟିଏ ମାସ ପରେ ମନୋହରଙ୍କ ବିରୋଧରେ କୌଣସି ରିକଭରି ନାହିଁ ବୋଲି ରିପୋର୍ଟ ଦେଇଥିଲେ ସେ ବିଡିଓ । ଏହି ମାମଲାରେ ଏବେ ଭିଜିଲାନ୍ସ ତଦନ୍ତ ଚାଲୁଥିଲେ ମଧ୍ୟ କେମିତି ବିଧାୟକ ନିଜ ଆପିଡେଭିଟରେ କୌଣସି ମାମଲା ନଥିବା କହିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ।
ସେପଟେ ବିଜେପି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ। ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି। ଏବେ ବଡ ପ୍ରଶ୍ନ ପରେ ଯଦି ମାମଲାର ଭିଜଲାନ୍ସ ତଦନ୍ତ ହେଲା ପୂର୍ବରୁ କ୍ଲିନ ଚିଟ ପାଇଥିବା ବିଜେଡି ବିଧାୟକଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ? କାହା ଇସାରାରେ ବାକି ଥିବା ୪ ଲକ୍ଷ ୪ ହଜାର ଟଙ୍କା ବାଦ ଦିଆଯାଇପାରେ ବୋଲି ଚିଠିରେ ଦର୍ଶାଇଲେ ବିଡିଓ ?