ଡିଭାଇଡରରେ ପିଟିହେଲା ବାଇକ୍‌; ୩ମୃତ

0

ବାଲେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୀମପୁରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଗୋଟିଏ ବାଇକରେ ୩ଜଣ ଯୁବକ ବାଲେଶ୍ୱରର ରେମୁଣା ଗୋଲେଇକୁ ଯାଉଥିଲେ । ଯିବା ସମୟରେ ଭୀମପୁରା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍ । ଫଳରେ ୩ଜଣ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେମାନକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଗୁରୁତର ଆହତଙ୍କୁ ଚିକିତ୍ସା କରାଯାଇଥିଲା । ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲ । ତେବେ ୩ଜଣ ମୃତକଙ୍କ ଘର ବାଲିଆ ଅଂଚଳର ହୋଇଥିବା ଜଣାପଡ଼ିଛି ।

Leave a comment