୧. ୪ କେଜି ସୁନା ଅଳଙ୍କାର ସହ ବାଇକ୍ ଜବତ
ଦୁଇ ଅଭିଯୁକ୍ତ ଗିରଫ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ହଳଦିଆନାଳ ସମ୍ମୁଖରେ ଥିବା ଏସ୍ ଏସ୍ ଜୁୟେଲେରି ବ୍ୟବସାୟିଙ୍କ ଠାରୁ ୩ କେଜି ସୁନା ଓ ୨ ଲକ୍ଷ ଟଙ୍କା ଲୁଟା ଘଟଣାର ପର୍ଦାଫାସ କଲା ଗୁଣୁପୁର ପୋଲିସ। ୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ବାଇକ୍ ଜବତ ଏବଂ ଦୁଇ ଅଭିଯୁକ୍ତ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ଭଞ୍ଜନଗର ର ତରୁଣ ଦାସ , ଯାଯପୁର ଅର୍ଜୁନ ପ୍ରଧାନ । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ସୂଚନା ଥିବା ବେଳେ ଘଟଣାର ପୋଲିସ୍ ଅଧିକା ତଦନ୍ତ କରୁଥିବା ନେଇ ଏକ ସାମ୍ବାଦିକ ସମ୍ନୀଳନୀରେ ସୂଚନା ଦେଇଛନ୍ତି ରାୟଗଡା ପୋଲିସ ଏସପି ବିବେକାନନ୍ଦ ଶର୍ମା।
ଲୁଟ୍ ହୋଇଥିବା ବଳକା ସୁନା ଅଳଙ୍କାର ମଧ୍ୟ ପୋଲିସ ଅତିଶିଘ୍ର ଧରିବା ନେଇ ସୂଚନା ରହିଛି। ଗତ ୨୬ ତାରିଖରେ ସୁନା ବ୍ୟବସାୟୀ ଏସ୍ ବାବା ପ୍ରସାଦ ସୁନା ଅଳଙ୍କାର ସାଥିରେ ଧରି ଦୋକାନ ଖୋଲିବାକୁ ଆସିଥିଲେ। ଗାଡିରେ ବ୍ୟାଗ୍ ରଖି ଜୁୟେଲେରି ଦୋକାନ ଖୋଲିବା ସମୟରେ ଦୁଇ ଅଭିଯୁକ୍ତ ଗାଡିରେ ଥିବା ସୁନା ଅଳଙ୍କାର ବ୍ୟାଗ୍ ଲୁଟ୍ କରି ଚମ୍ପଟ ମାରିଥିଲେ। ପୋଲିସ ଅଭିଯୋଗ ପାଇ ତିନୋଟି ଟିମ୍ ଗଠନ କରି ଘଟଣର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ଦୁଇ ଜଣକୁ ଆସ୍କା ରୁ ଗିରଫ କରିଥିଲେ। ଲୁଟ୍ ପର୍ଦାଫାସ ପଛରେ ଗୁଣୁପୁର ପୋଲିସ ଏସ୍ଡିପିଓ ଅଜୟ ବାରିକ ଭୁମିକା ବହୁ ଗୁରୁତ୍ବ ପୁଣ୍ଣ ଭୁମିକା ରହିଥିଲା ବୋଲି କହିଛନ୍ତି ରାୟଗଡା ଏସପି ।