ବାଇକ-ଅଟୋ ମୁହାଁମୁହିଁ ଧକ୍କା

0

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ମାହାଙ୍ଗା ମାରଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଟୋଟି ନାଳରେ ଖସି ପଡ଼ିବାରୁ ଯାତ୍ରୀ ଗୁରୁତର ହୋଇଛନ୍ତି। ବାଇକ ଆରୋହୀ ବିଜୟ କୁମାର ବାରିକ, ଶ୍ରମିଳା ବେହେରା ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ସାଲେପୁର ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l

ସେହିପରି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ବୋର୍ଡା ଫାଣ୍ଡି ଅନ୍ତର୍ଗତ ବେଲପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ଭବାନିପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବୋର୍ଡା ଅଞ୍ଚଳର ଲବଣି ଭୋଇ ଓ ସୁଜନ ମାଝୀ ଏକ ବାଇକ ଯୋଗେ କୌଣସି ଏକ କାମରେ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ବୋର୍ଡା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଆଣିବା ସହ ତଦନ୍ତ ଜାରି ରଖିଛି । ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ହଉ ଅଥବା ଓଭର ଲୋଡ ଯୋଗୁଁ ରାଜ୍ୟରେ ବଢି ଚାଲିଛି ସଡକ ଦୂର୍ଘଟଣା।

Leave a comment