ନନ୍ଦନକାନନରେ ଭାଲୁ ମୃତ

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ।

ମେ ୪ ତାରିଖରେ ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା। ଗୁଳିମାଡ଼ରେ ତାର ୨ ଗୋଡ଼ ପକ୍ଷାଘାତ ହୋଇଥିଲା। ଚିକିତ୍ସା ପାଇଁ ତାକୁ ନନ୍ଦନକାନନକୁ ଅଣାଯାଇଥିଲା। ଗତକାଲି ତାର ମୃତ୍ୟୁ ହୋଇଛି।

Leave a comment