ଏମାର ମଠରୁ ସିଂହମୂର୍ତ୍ତି ଉଦ୍ଧାର ସ୍ଥାନକୁ ଅନୁଧ୍ୟାନ କରୁଛନ୍ତି ଏଏସଆଇ ଟିମ୍

0

ପୁରୀ : ଏମାରମଠରୁ ପ୍ରାଚୀନ ସିଂହମୂର୍ତ୍ତି ଉଦ୍ଧାର ପ୍ରସଙ୍ଗକୁ ଅନୁଧ୍ୟାନ କରୁଛନ୍ତି ଏଏସଆଇର ସ୍ୱତନ୍ତ୍ର ଟିମ୍ । ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଉପସ୍ଥିତ ଅଛନ୍ତି । ଉପଜିଲ୍ଲାପାଳ, ଟାଟା ଓ ଓବିସିସି ଅଧିକାରୀ ମଧ୍ୟ ଉପସ୍ଥିତ ।

ଏହା ସହ ଏମାରମଠ ତଳୁ ଆଉ ଏକ ବଡ଼ ଆବିଷ୍କାର । ଖନନସ୍ଥଳରୁ ମିଳିଲା ଆଉ ଏକ ନିର୍ମାଣର ଢାଞ୍ଚା । ୨ ଫୁଟରୁ ଅଧିକ ଚଉଡ଼ାର ଚଟାଣ ବାହାରିଲା । ଏହି ଚଟାଣର ଲମ୍ବ ୧୫ ଫୁଟ୍ ରୁ ଅଧିକ ହେବା ସୂଚନା ।

Leave a comment