ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ପରଲୋକ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ୧୯୮୩ ମସିହାରୁ ୧୯୯୪ ମସିହା ଯାଏ ଜଷ୍ଟିସ ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଆଜି ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ମିଶ୍ରଙ୍କ ପରଲୋକ ଖବର ମିଳିବା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।

ଜଷ୍ଟିସ ମିଶ୍ର ୫୦ ଦଶକରେ ଓକିଲାତି ଆରମ୍ଭ କରିଥିଲେ। ଓଡ଼ିଶା ୱାକଫ ବୋର୍ଡ ପାଇଁ କିଛି ବର୍ଷ ସ୍ତାଣ୍ଡିଂ କାଉସିଲ ଭାବେ କାର୍ଯ୍ୟ କରିବା ପରେ କେନ୍ଦ୍ର ସରକାରଙ୍କ ଏଫ୍‌ସିଆଇରେ ମଧ୍ୟ ଷ୍ଟାଣ୍ଡିଂ କାଉନସିଲ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। କେବଳ ସେତିକି ନୁହେଁ, ଜଷ୍ଟିସ୍ ମିଶ୍ର ଭାରତୀୟ ଜୀବନ ବୀମା ନିଗମର ଆଇନ୍ ପରାମର୍ଶ ଦାତା ଭାବେ ମଧ୍ୟ ସେ ଖୁବ୍ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।

Leave a comment