ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୨୦୨୨-୨୩ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ପରୀକ୍ଷା ଗତ ୧୧ରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହେବା ପରେ ଆସନ୍ତା ୨୨ରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ କିଛି କାରଣ ବଶତଃ ଖାତାଦେଖା ମେ’ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା ଲାଗି ପ୍ରାୟ ୨୪ରୁ ୨୬ଦିନ ଲାଗିବ । ପରେ ଅନାନ୍ୟ ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି +୨ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଏଥର ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଉତ୍ତରଖାତା ଇ-ମୂଲ୍ୟାଙ୍କନ ପଦ୍ଧତିରେ କରାଯିବ । ୪ଟି ଜୋନ୍ ଯଥା- ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲଜୋନରେ ୩୭ଟି ଇ-ମୂଲ୍ୟାଙ୍କନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସେହିପରି କଳା ଏବଂ ଧନ୍ଦାମୂଳକଶିକ୍ଷାର ମୂଲ୍ୟାଙ୍କନ ୬୪ଟି କେନ୍ଦ୍ରରେ କରାଯିବ । ମୂଲ୍ୟାଙ୍କନ ଲାଗି ୧୦ହଜାର ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବ । ଅଫ୍ଲାଇନ୍ କେନ୍ଦ୍ରରେ ଖାତାଦେଖା ଲାଗି ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧ୍ୟାପକ ରହିବେ । ସେମାନଙ୍କ ମଧ୍ୟରୁ ୨ଜଣ ଖାତାଦେଖିବେ ଏବଂ ଜଣେ ପୁନଃଯାଞ୍ଚ କରିବେ । ମୂଲ୍ୟାଙ୍କନରେ ସ୍ୱଚ୍ଛତା ଏବଂ ନିର୍ଭିଲ କରିବା ଲାଗି ଅଧିକ ଗୁରୁତ୍ୱ ଦିଆଯିବ ବୋଲି +୨ ପରିଷଦ ନିର୍ଦ୍ଦେଶ ଦେଇଛି ।

Leave a comment