ଜୁନ୍ ୨ରୁ ଆରମ୍ଭ ହେବ +୨ ପରୀକ୍ଷା ମୁଲ୍ୟାୟନ ପ୍ରକ୍ରିୟା
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜୁନ୍ ୨ରୁ ଆରମ୍ଭ ହେବ +୨ ପରୀକ୍ଷା ମୁଲ୍ୟାୟନ ପ୍ରକ୍ରିୟା । ଦୁଇଟି ପର୍ଯ୍ୟାୟରେ ଏହି ମୁଲ୍ୟାୟନ ହେବାକୁ ଥିବା ବେଳେ ୬୪ କେନ୍ଦ୍ରରେ ଅଫଲାଇନ୍ ଓ ୩୭ ଟି କେନ୍ଦ୍ରରେ ଅନଲାଇନ୍ ମୁଲ୍ୟାୟନ ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୁଲ୍ୟାୟନ ଓ ଜୁନ୍ ୧୩ରୁ ୨୨ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ମୁଲ୍ୟାୟନ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୁଚନା ଦିଆଯାଇଛି ।
ସୁଚନା ଅନୁସାରେ ଏପ୍ରିଲ୍ ୨୮ରୁ ଆରମ୍ଭ ହୋଇଥିଲା ଯୁକ୍ତ ୨ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହୋଇଥିଲା । ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେଇଥିଲେ ।