ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଟେଷ୍ଟକୁ ଧୋଇପାରେ ବର୍ଷା

0

ଆଜିଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ଆରମ୍ଭ ହେବ। ଇଂଲଣ୍ଡର ସାଉଥହମ୍ପଟନରେ ଖେଳାଯିବାକୁ ଥିବା ଏହି ଐତିହାସିକ ମ୍ୟାଚ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆଜିର ମ୍ୟାଚ ପୂର୍ବରୁ ଗତକାଲିଠାରୁ ଭାରତୀୟ ଟିମ ତା’ର ଚୂଡାନ୍ତ ଏକାଦଶ ମଧ୍ୟ ଘୋଷଣା କରିସାରିଛି। ହେଲେ ସାଉଥହମ୍ପଟନରେ ପାଗ କୋହଲା ଥିବା ବେଳେ ମ୍ୟାଚ ବେଳକୁ ବର୍ଷା ହେବାର ଆଶଙ୍କା ରହିଛି। ଯଦି ଏମିତି ହୁଏ, ତା’ହେଲେ ଫାଇନାଲ ମ୍ୟାଚର ପ୍ରଥମ ଦିନ ବର୍ଷାରେ ଧୋଇଯିବ । ଆଗାମୀ ୫ରୁ ୬ ଦିନ ଯାଏ ସାଉଥହମ୍ପଟନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ବ୍ରିଟେନର ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଜି ସାଉଥହମ୍ପଟନରେ ପ୍ରବଳ ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ରହିଛି । ଏବେଠାରୁ ହିଁ ଆକାଶରେ କଳା ବାଦଲ ଘୋଟାଇ ଆସିଲାଣି । ଆଜି ଦିନ ତମାମ ଏଭଳି ପାଗ ଲାଗି ରହିପାରେ ବୋଲି ବିଭାଗ କହିଛି।

Leave a comment