ଦର୍ଶନ ପରେ ମନ୍ଦିର ପାହାଚରେ କାହିଁକି ବସନ୍ତି

0

ପ୍ରାୟ ସମସ୍ତେ ମନ୍ଦିର ମନ୍ଦିର ଦର୍ଶନ ପରେ କିଛି ସମୟ ପାଇଁ ବାହାର ପାହାଚରେ ବସିଥାନ୍ତି କାରଣ ଏହା ଏକ ପ୍ରାଚୀନ ପରମ୍ପରା ଯାହାର ଏକ ବିଶେଷତ୍ତ୍ୱ ରହିଛି । ବାସ୍ତବରେ ମନ୍ଦିର ପାହାଚରେ ବସି ଏକ ଶ୍ଳୋକ ବୋଲିବା ଉଚିତ୍ । ସେହି ଶ୍ଳୋକଟି ହେଉଛି “ଅନାୟାସେନ ମରଣମ୍, ବିନା ଦେନ୍ୟେନ ଜୀବନମ୍, ଦେହାନ୍ତେ ତବ ସାନିଧ୍ୟମ, ଦେହିମେ ପରମେଶ୍ୱରମ” । ‘ଅନାୟାସେନ ମରଣମ୍’ ଅର୍ଥ ହେଉଛି ବିନା କଷ୍ଠରେ ମୃତୁ୍ୟ ହେଉ ଏବଂ ବେମାର ନ ହୋଇ ଶେଯରେ ନ ପଡେ, କଷ୍ଠ ସ୍ୱିକାର କରି ମୃତୁ୍ୟ ପ୍ରାପ୍ତ ନହେଉ ଚାଲିବା ବୁଲିବା ଅବସ୍ଥାରେ ପ୍ରାଣ ଯାଉ । ‘ବିନା ଦେନ୍ୟେନ ଜୀବନମ୍’ ଅର୍ଥ ହେଉଛି ପର ଉପରେ ନିର୍ଭର କରି ଜୀବନ ନଯାଉ ।

ସମସ୍ତେ ମୁକ୍ତ ଜୀବନ ଚାହାଁନ୍ତି, ଏହ ସମସ୍ତଙ୍କ ନୈସର୍ଗିକ ଇଚ୍ଛା । ‘ଦେହାନ୍ତେ ତବ ସାନିଧ୍ୟମ’ ଅର୍ଥ ହେଉଛି ଯେବେବି ମରଣ ଆସୁ ଭଗବାନ ସମ୍ମୁଖରେ ରୁହନ୍ତୁ । ତାଙ୍କ ଦର୍ଶନ କରୁ କରୁ ପ୍ରାଣ ଯାଉ । ‘ଦେହିମେ ପରମେଶ୍ୱରମ’ ଅର୍ଥାତ ହେ ପରମେଶ୍ୱର ଏହି ସବୁ ବର ମୋତେ ଦିଅନ୍ତୁ । ଭଗବାନଙ୍କୁ ଗାଡି, ସନ୍ତାନ, ପତି, ପତ୍ନୀ, ଘର, ଧନ ଇତ୍ୟାଦି ମାଗନ୍ତୁ ନାହିଁ କାରଣ ଭଗବାନ ତ ଆପଣଙ୍କ ପାତ୍ରତାନୁସାରେ ସ୍ୱୟଂ ଆପଣଙ୍କୁ ଦେଉଛନ୍ତି । ତେଣୁ ଦର୍ଶନ କରିବା ପରେ ବସିକରି ଏହି ପ୍ରାର୍ଥନା କରିବା ଉଚିତ୍ । ପ୍ରାର୍ଥନାର ଅର୍ଥ ଯାଚନା ନୁହେଁ । ‘ପ୍ର’ ଅର୍ଥ ବିଶେଷ ବା ଶ୍ରେଷ୍ଠ ଓ ‘ଅର୍ଥନା’ ଅର୍ଥ ନିବେଦନ ।

Leave a comment